ବରୀ(ରତ୍ନଗିରି) : ବରୀ ବ୍ଲକ୍ର ୨୯ଗୋଟି ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସାହୁପଡ଼ା ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନକୁ ନେଇ ବାଲାଟ୍ ପେପର ଚିରା, ହୋ ହାଲ୍ଲା ଏବଂ ଗଣ୍ଡଗୋଳ ଆଶଙ୍କା ଥିବାରୁ ନିର୍ବାଚନକୁ ବାତିଲ କରିଦିଆଯାଇଛି । ଅଧିକାଂଶ ପଞ୍ଚାୟତରେ ନାଏବ ସରପଞ୍ଚମାନେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ଆସନ୍ତାକାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ବିଜେଡିର ରାଜ୍ୟ ସମ୍ପାଦକ ବିଶ୍ୱ ରଂଜନ ମଲ୍ଲିକ୍ଙ୍କ ସମର୍ôଥତ ପ୍ରାର୍ଥୀ ଅଧ୍ୟକ୍ଷା ହେବା ନେଇ ଏକ ରକମର ଚିତ୍ର ସ୍ପଷ୍ଟ ହୋଇଥିବା ଚର୍ଚ୍ଚା ହେଉଛି ।
ଗୁରୁବାର ଦିନ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚମାନେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ଆଜି ମଧ୍ୟ କେତେକ ପଞ୍ଚାୟତରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଦେଖିବାକୁ ମିଳିଥିଲା । ତେବେ କେତେ ଗୁଡିଏ ପଞ୍ଚାୟତରେ ସରପଞ୍ଚମାନେ ଅଫିସ୍ ଆସି ଦାୟିତ୍ୱ ହସ୍ତାନ୍ତର କରିନଥିବା ସ୍ଥଳେ ପଞ୍ଚାୟତ ନିର୍ବାହି ଅଧିକାରୀମାନେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଧାରପୁର ପଞ୍ଚାୟତର ସରପଞ୍ଚ ଟି.ରୋଜାଲିନ୍ ଶ୍ୟାନ୍ତି ନର୍ବନିର୍ବାଚିତ ସରପଞ୍ଚ କୁନା ମଲିକ୍ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ନିଜ ଆସନ ପର୍ଯ୍ୟନ୍ତ ପାଛୋଟି ନେବା ସହ ଦାୟିତ୍ୱ ହସ୍ତାନ୍ତର କରିଥିଲେ ।
ଏହି ଅବସରରେ ଶ୍ରୀମତୀ ଶ୍ୟାନ୍ତି ଦାୟିତ୍ୱ ସୁଚାରରୂପେ ତୁଲାଇବା ପାଇଁ ଶ୍ରୀ ମଲିକ୍ଙ୍କୁ ପରାମର୍ଶ ଦେଇଥିଲେ । ସକାଳେ ସରପଞ୍ଚ ଶ୍ରୀ ମଲିକ୍ ଶୋଭାଯାତ୍ରାରେ ଆସି ପଞ୍ଚାୟତ ନିକଟରେ ପହଁଞ୍ôଚ ଥିଲେ । ଏହି ଶୋଭାଯାତ୍ରାରେ ତୁଷାରକାନ୍ତ ଶ୍ୟାନ୍ତି, ବସନ୍ତ କୁମାର ଭୂୟାଁ, ଅର୍ନ୍ତୟାମୀ ଜେନା, ବନମାଳି ଜେନା, ରାମଚନ୍ଦ୍ର ଯତି, ମନମୋହନ କବି, ସୁରେଶ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜି ଅନୁଷ୍ଠିତ ନାଏବ ସରପଞ୍ଚ ନିର୍ବାଚନରେ ଧାରପୁର ପଞ୍ଚାୟତର ଶାନ୍ତିଲତା ଜେନା, ଉଦୟନାଥପୁରର ଅଭିଳାଷ ସେଠୀ, ସ୍ୱାଇଁଖଣ୍ଡ ପଞ୍ଚାୟତର ରେଖାରାଣୀ ମଲିକ, ବାଲିଆ ପଞ୍ଚାୟତର ଗୋକୁଳାନନ୍ଦ ଜେନା, ବାଇଁଶିରିଆ ପଞ୍ଚାୟତ ମାନସୀ ଓଝା, ବୋଦୁଅ ପଞ୍ଚାୟତର ପଦ୍ମିନୀ ସ୍ୱାଇଁ, ଇଶାଣପୁର ପଞ୍ଚାୟତର ମକର ଚରଣ ଦାସ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି ।