ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଭୂବନେଶ୍ୱର୍ କ୍ୟାପିଟାଲ ହସ୍ପିଟାଲର ସ୍ଥିତି ପରଖିଲେ ନବ ନିର୍ବାଚିତ ଡେପୁଟୀ ମେୟର ମଞ୍ଜୁଲତା କହଁର। ହଟାତ୍ କୌଣସି ସୂଚନା ନଦେଇ ସିଧସଳଖ ଭାବେ ମେଡ଼ିକାଲରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିବା ସହ ଚିକିତ୍ସା ପାଇଁ ଆସିଥିବା ଲୋଙ୍କକୁ ପଚାରି ବୁଝିଥିଲେ କିପରି ଚିକିତ୍ସା କରାଯାଉଛି ଡାକ୍ତରଙ୍କ ଉପସ୍ଥିତି, ଠିକ୍ ସମୟରେ ଔଷଧ ଦେବା , ପରିଷ୍କାର ପରିଚ୍ଛନ୍ନତା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଖାଲିସେତିକି ନୁହେଁ ଲୋକଙ୍କ କଥା ଶୁଣିବାପରେ ଡାକ୍ତରଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ଓ ସେମାନଙ୍କ କାର୍ଯ୍ୟକୁ ନେଇ ବେଶ୍ ପ୍ରଶଂସା କରିଥିଲେ।
Related Stories
December 1, 2024
November 25, 2024