ରାୟଗଡା(ରତ୍ନଗିରି ନ୍ୟୁଜ) :-ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଞ୍ଚାୟତ ସରପଞ୍ଚ ପି କିରଣ ଲତା ଆଜି ନିଜ ଦାଇତ୍ୱ ସମ୍ଭାଳିଲେ, ସମସ୍ତ ପଞ୍ଚାୟତ ବାସି ଙ୍କ ସବୁପ୍ରକାର ଅସୁବିଧା ରେ ନିଜକୁ ସମର୍ପିତ କରିଥିବା ଦୃଢ ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି,ଆଜି ପ୍ରଥମ କରି ପଞ୍ଚାୟତ ଗୃହ ପ୍ରବେଶ କରିଥିଲେ ଓ ପୂର୍ବରୁ ହୋଇଥିବା କାର୍ଯ୍ୟ ଏବଂ ଵବିଷ୍ୟତ ଉନ୍ନତି ପାଇଁ। ପଦକ୍ଷେପ ଗ୍ରହଣ କରାଯିବା ସହିତ କିଭଳି ସୁଦୃଢ ପଞ୍ଚାୟତ ଗଠନ କରି ସାରା ଓଡ଼ିଶା ରେ ନିଜର ଓ ଚାଟିକଣା ପଞ୍ଚାୟତ ର ନା ରଖିବେ ଏ ନେଇ ସମସ୍ତ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଥିଲେ।ପି କିରଣ ଲତା ଜଣେ ଗରିବ ପରିବାରର ହେଲେ ମଧ୍ୟ ଶିକ୍ଷିତା ,ତେଣୁ ଗରିବ କଲ୍ୟାଣ କାରି କାର୍ଯ୍ୟ ସବୁବର୍ଗର ଲୋକଙ୍କ ପାଖରେ କିଭଳି ପହଞ୍ଚିବ ସେଥିପାଇଁ ଗୁରୁତ୍ଵ ଦେବେ ।ଏଭଳି ଅନେକ ଜନହିତକର କାର୍ଯ୍ୟ କୁ ନେଇ ଅଞ୍ଚଳବାସୀଙ୍କ ସମ୍ମୁଖରେ ଆଲୋଚନା କରିଥିଲେ ହେଲେ ସମୟ କହିବ କେତେ ଉନ୍ନତି ଆସିବ ଓ ଗରିବ ଜନସାଧାରଣ କେତେ ଉପକାର ପାଇବେ।
Related Stories
October 2, 2024