ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) :-ଓଡ଼ିଶାର ଅଗ୍ରଣୀ ଓଡ଼ିଆ ଖବରକାଗଜ ସମ୍ବାଦ ର ପ୍ରଥମ ପୃଷ୍ଠାରେ କାର୍ଟୁନ କଲମ ର ବ୍ୟଙ୍ଗ କବି କିଶୋର ରଥଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି।ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ସ୍ବର୍ଗତଃ ରଥଙ୍କ ସହ ଦୀର୍ଘଦିନ ଧରି ବ୍ୟକ୍ତିଗତ ସମ୍ପର୍କ ଥିଲା।ତାଙ୍କ ର ମାତ୍ର ୫୮ ବର୍ଷରେ ଅକାଳ ବିୟୋଗ ମୋତେ ଅତ୍ୟନ୍ତ ଦୁଃଖ ଦେବା ସହ ମର୍ମାହିତ କରିଛି। ସ୍ବର୍ଗତଃ ରଥ କାର୍ଟୁନ ମାଧ୍ୟମରେ ସାହିତ୍ୟ ଠାରୁ ଆରମ୍ଭ କରି ଖେଳ ପର୍ଯ୍ୟନ୍ତ ଏବଂ ବିଶେଷ କରି ରାଜନୀତି ର ପ୍ରତିଟି ଘଟଣାକୁ ବ୍ୟଙ୍ଗାତ୍ମକ ଭାବରେ ଚିତ୍ରିତ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିଆରା ଥିଲା।ଦିଶାହୀନ ସମାଜ ର ପ୍ରତ୍ୟେକ ଘଟଣାକୁ ସେ କଟାକ୍ଷ ମାଧ୍ୟମରେ ଲୋକଲୋଚନକୁ ଆଣୁଥିଲେ ।ଯାହା ଦ୍ୱାରା କି ସମାଜର ବହୁ କ୍ଷେତ୍ରରେ ସୁଧାର ବି ହୋଇପାରୁଥିଲା। ସରଳ,ନିଷ୍କପଟ,ପରୋପକାରୀ,ସମାଜସେବୀ ଥିବା ସ୍ବର୍ଗତଃ ରଥ କେବଳ ବ୍ୟଙ୍ଗ କାର୍ଟୁନିଷ୍ଟ ନଥିଲେ, ସେ ଜଣେ ବିଚକ୍ଷଣ ସଙ୍ଗୀତଜ୍ଞ ମଧ୍ୟ ଥିଲେ। ଖଣ୍ଡପଡ଼ାର ଲୁକକାୟିତ ଲୋକସଙ୍ଗୀତ ଢୁମ୍ଫା ସଙ୍ଗୀତକୁ ସେ ଘରେ ଘରେ ପରିଚିତ କରାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଢୁମ୍ଫା ସଙ୍ଗୀତକୁ ନେଇ ଭବିଷ୍ୟତରେ ଅନେକ ଯୋଜନା କରିବା ପାଇଁ ସେ ଚିନ୍ତା କରିଥିଲେ ।ତାଙ୍କ ଭଳି ଜଣେ ବ୍ୟକ୍ତି ମିଳିବା ବିରଳ।ତାଙ୍କର ବ୍ୟଙ୍ଗାତ୍ମକ କାର୍ଟୁନ ଓ କବିତା ପାଇଁ ସାରା ରାଜ୍ୟବାସୀଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।ନୟାଗଡ଼ ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତଃ ରଥଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୁରଣୀୟ କ୍ଷତି।
ସ୍ବର୍ଗତଃ ରଥଙ୍କ ଅମର ଆତ୍ମା ର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ।
Related Stories
December 9, 2024
December 1, 2024