ବାଲେଶ୍ଵର(ରତ୍ନଗିରି ନ୍ୟୁଜ)୧୯/୦୫ : ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ନାରାୟଣ ପନ୍ତା ଗ୍ରାମରେ ଅଘଟଣ। ମା – ପୁଅ ମଧ୍ୟରେ ପାରିବାରିକ ଝଗଡ଼ାରୁ ବିଷ ପିଇ ମା ଙ୍କ ଆତ୍ମହତ୍ୟା। ସୂଚନା ଅନୁସାରେ ଗ୍ରାମର ଦାମୋଦର ଦଳାଇ ମାଛ ଧରିବାକୁ ଯାଇ ନିଜର ଜୀବିକା ନିର୍ବାହ କରନ୍ତି। ଗତକାଲି ସନ୍ଧ୍ୟାରେ ଘରକୁ ଫେରିବା ପରେ ଘରେ କିଛି ଖାଇବାକୁ ନଥିବା ରୁ ମା – ପୁଅ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ ମା ବାସନ୍ତୀ ଦୁଃଖ ଯନ୍ତ୍ରଣାର କଷ୍ଟ କୁ ସହ୍ୟ କରିନପାରି ବିଷ ପିଇ ଦେଇଥିବା ବେଳେ ସପରିବାର ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବରପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।
Related Stories
November 9, 2024
November 9, 2024