ବରୀ(ରତ୍ନଗିରି ନ୍ୟୁଜ) : ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରିରେ ମହାମାରୀ କରୋନା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଚାଙ୍ଗଡ଼ା ଯାତ୍ରା । ଗତ ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଦେଖିବା ପାଇଁ ପ୍ରବଳ ଲୋକ ସମାଗମ ହେଉଥିବାରୁ ସ୍ବେଚ୍ଛାସେବୀ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୁଲ୍ୟରେ ଏକ ଜଳଛତ୍ର କେନ୍ଦ୍ର ଏବଂ ସୂଚନା କେନ୍ଦ୍ର ଖୋଲାଯାଇଛି।
ଗତ ଗୁରୁବାର ଦିନ ରତ୍ନଗିରି ପାହାଡ଼ ଉପରେ ଖୋଲାଯାଇଥିବା ଜଳଛତ୍ର କେନ୍ଦ୍ର ଓ ସୂଚନା କେନ୍ଦ୍ରକୁ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ବରୀ ବିଧାୟିକା ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରୀ ବ୍ଲକ ଉପାଧକ୍ଷା ଅର୍ଚ୍ଚନା ମଲିକ୍, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ବିଜେଡି ସଭାପତି କେଦାର ସାମଲ, ଯୁବ ବିଜେଡ଼ି ସଭାପତି ରଞ୍ଜନ କୁମାର ପଣ୍ଡା, ସରପଞ୍ଚ ସରଳା ମଲିକ,ପ୍ରଜ୍ଞା ପରମିତା ପରିଡ଼ା ପ୍ରମୁଖ ଯୋଗଦେଇଥିଲେ I
ସମାଜସେବା କ୍ଷେତ୍ରରେ ଟ୍ରଷ୍ଟର ଏଭଳି କାର୍ଯ୍ୟକୁ ମନ୍ତ୍ରୀ ପାଣିଗ୍ରାହୀ ଉଚ୍ଚ ପ୍ରଶଂସା କରିଥିଲେ। ଜଳଛତ୍ର କେନ୍ଦ୍ର ଓ ସୂଚନା କେନ୍ଦ୍ର ପରିଚାଳନାରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଯାଜପୁର ଜିଲ୍ଲା ଜୀବନବିନ୍ଦୁର ସଂଯୋଜକ ବିମଳ ପ୍ରସାଦ ଦାସଙ୍କ ସମେତ ତୁଷାର ସ୍ୟାନ୍ତୀ, ବିଜୟ ସାହୁ, ବିରେନ୍ ରାଉତ, ଦେବାଶିଷ ଧଳ, ସାଥି ପ୍ରକାଶ ଧଳ, ସଂଗ୍ରାମ ସାହୁ, ଦୀପକ୍ ମଲିକି, ସୁଶାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ I