ଦିନକୁ ଦିନ ଜନସାଧାରଣଙ୍କ ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି l ନିମିଷକ ମଧ୍ୟରେ ଦୂର ଦୁରାନ୍ତର ଖବର ସାଧାରଣ ଲୋକଙ୍କ ନିକଟରେ ପହଂଚି ପାରୁଛି l ରାଜ୍ୟ ସରକାର ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରୁଛନ୍ତି l ସେ ସବୁର ସଠିକ ସୂଚନା ପହଂଚାଇବା ପାଇଁ ବିଜେଡି ପକ୍ଷରୁ ଆଇଟି ସେଲ ଗଠନ କରାଯିବ ସହ ଏହାର ଦାୟିତ୍ୱ ଯୁବ ବର୍ଗ ଙ୍କ ହାତରେ ନ୍ୟସ୍ତ କରାଯାଇଛି l ଏଣୁ ଯୁବକମାନେ ଏହାର ସଦୁପଯୋଗ କରିବା ସହ ସମସ୍ତ ତଥ୍ୟ ସାଧାରଣ ଲକ୍ଷଙ୍କ ନିକଟରେ ପହଂଚାଇବା ପାଇଁ ସଫଳ ଉଦ୍ୟମ କରିବା ଉଚିତ ବୋଲି ବରୀ ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଆଇଟି କର୍ମଶାଳାକୁ ଉଦ୍ଘାଟନ କରି ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ପ୍ରକାଶ କରିଛନ୍ତି l
ବୁଧବାର ଦିନ ସକାଳେ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସ୍ବାଇଖଣ୍ଡ ପଂଚାୟତର ଖରିପଡିଆ କଲ୍ୟାଣ ମଣ୍ଡପ ଠାରେ ଦିନିକିଆ ଆଇଟି କର୍ମଶାଳା ଆଲାମ ଅଖତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l
ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଯୋଗ ଦେଇ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ସାଧାରଣ ଜନତାଙ୍କ ନିକଟରେ ବ୍ୟାପକ ଭାବେ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ l ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରୀ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସରପଞ୍ଚ କିରଣବାଳା ଜେନା, ଅରବିନ୍ଦ ମହାନ୍ତି , ରଞ୍ଜନ କୁମାର ପଣ୍ଡା,ସୁବୋଧ ଜେନା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଗଣେଶ ଚନ୍ଦ୍ର ମହାକୁଡ଼, ରମାକାନ୍ତ ମଲିକ ,ସମୀର ମଲିକ, ଶରତ କୁମାର ଜେନା,ବିଜୟ କୁମାର ନାୟକ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ଜିଲ୍ଲା ଆଇଟି ଉଇଂ ସମ୍ପାଦକ ଚନ୍ଦନ ଓଝା, ସଂଯୋଜକ ସୁବ୍ରତ ଛାଟୋଇ, ବୀରେନ ରାଉତ, ସୁମନ କଲ୍ୟାଣ ଦାସ ପ୍ରମୁଖ ଯୋଗଦେଇଥିଲେ l
ପରେ ପରେ ବିଧାୟିକା ଶ୍ରୀମତୀ ଦାସ ସ୍ଵାଇଁଖଣ୍ଡ ପଂଚାୟତର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ l ଶେଷରେ ସ୍ଵାଇଁଖଣ୍ଡ ପ୍ରଧାନ ସାହି ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ l