ବ୍ରହ୍ମଗିରି (ରତ୍ନଗିରି ନ୍ୟୁଜ):- ସ୍ନାନ କରି ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି । ଆଜିଠୁ 15 ଦିନ ଧରି ଅଣସର ଘରେ ରହିବେ ମହାପ୍ରଭୁ । ପ୍ରଥମ ଦିନରେ ରାତି ଚାରିଟାରୁ ଅଲାରନାଥଙ୍କ ଦୁଆର ଫିଟା ଯାଇ ମଙ୍ଗଳା ଆଳତୀ, ଅବକାଶ, ମଇଲମ ନୀତି ପରେ ଚନ୍ଦନ ତୁଳସୀ ଲାଗି ନୀତି ବଢିଛି ।ଅଲାରନାଥକୋରୋନା କଟକଣା କାରଣରୁ ଭକ୍ତଙ୍କ ପାଇଁ 144 ଧାରା ମନ୍ଦିର ଚାରି ପାଖରେ ଲାଗୁ ହୋଇ ଥିବାବେଳେ କେବଳ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ଚାଲିଛି । ସେହିପରି ଗତକାଲି(ଗୁରୁବାର) ସ୍ନାନଯାତ୍ରାରେ ବିନାଭକ୍ତରେ ସ୍ନାନ କରିଛନ୍ତି 3 ଭାଇ ଭଉଣୀ ।
ପ୍ରଥା ଅନୁଯାୟୀ ମହାପ୍ରଭୁ ଅଣସର ଘରେ ରହିବା ସମୟରେ ଅଲାରନାଥରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାତ୍ର ଗତ 2 ବର୍ଷ ହେବ ଶ୍ରୀମନ୍ଦିରରେ ମଧ୍ୟ ଭଗବାନଙ୍କ ଦର୍ଶନ ବନ୍ଦ ରହିଛି । ଏଥିପାଇଁ ଅଲାରନାଥରେ ମଧ୍ୟ ଭକ୍ତଶୂନ୍ୟ ପରିବେଶ ସୃଷ୍ଟି ହୋଇଛି । କେବଳ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି କରାଯାଉଛି ।