ବରୀ(ରତ୍ନଗିରି ନ୍ୟୁଜ) :- ମହାମାରୀ କୋଭିଡରେ ଉଭୟ ପିତା ଓ ମାତା କିମ୍ବା ପିତା ଅବା ମାତାଙ୍କୁ ହରାଇ ଥିବା 18 ବର୍ଷରୁ କମ ଶିଶୁମାନଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଣ୍ଠିରୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେଉଛନ୍ତି l ଏହି ପରିପ୍ରେକ୍ଷୀରେ ବରୀ ବ୍ଲକ ଅଂଚଳରେ 116 ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି l ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯାୟରେ 24 ଜଣ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି l ସେମାନଙ୍କ ଶିକ୍ଷାଦାନର ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି l ବରୀ ବ୍ଲକ ଅଂଚଳରେ ଆଶୀର୍ବାଦ ଯୋଜନାରେ ବିଶେଷ ଯତ୍ନ ଲୋଡୁଥିବା ଶିଶୁମାନଙ୍କୁ ଆର୍ଥିକ ସହାୟତା ବଣ୍ଟନ ଉତ୍ସବ ବରୀ ବିଡ଼ିଓ ଶିବାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ସ୍ଵାଇଁଖଣ୍ଡ ପଂଚାୟତର ଖରିପଡିଆ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l
ଉକ୍ତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସିଡିପିଓ ବଣେଶ୍ୱରୀ ପାଣିଗ୍ରାହୀ, ସ୍ଥାନୀୟ ସରପଂଚ କିରଣବାଳା ଜେନା, ଗୋଳକୁଣ୍ଡ ସରପଂଚ ଶରତ କୁମାର ଜେନା, ପୂର୍ବତନ ସରପଂଚ ବିଜୟ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ l ମହାମାରୀ କୋଭିଡରେ ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କୁ 25 ଶହ ଓ ପିତା କିମ୍ବା ମାତାଙ୍କୁ ହରାଇଥିବା ଶିଶୁଙ୍କୁ 15 ଶହ ଟଙ୍କା ସହାୟତା ରାଶି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟିକା ଶ୍ରୀମତୀ ଦାସ ବଣ୍ଟନ କରିଥିଲେ l