ବରୀ (ରତ୍ନଗିରି ନ୍ୟୁଜ):- ମହାମାରୀ କରୋନା ସମୟରେ ନିଜର ୨୫ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ l ପୂଜ୍ଯ ପୂଜା ଉପରେ ପ୍ରାଧାନ୍ୟ ଦେଇ ଆସୁଥିବା ବିଧାୟିକା ଶ୍ରୀମତୀ ଦାସ ଓ ସ୍ଵାମୀ ଦେବେନ୍ଦ୍ର ଦାସଙ୍କ ସହ ରତ୍ନଗିରି ପଞ୍ଚାୟତର ଅଲିଆବାଦ ଠାରେ ଥିବା ବୃଦ୍ଧାଶ୍ରମ ରେ ପହଞ୍ଚିଥିଲେ l ସେଠାରେ ବସବାସ କରୁଥିବା ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ପ୍ରଦାନ ସହ ଫଳ ବଣ୍ଟନ କରିଥିଲେ l ସେଠାରେ ରହୁଥିବା ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ପାଦ ଛୁଇଁ ଆଶିର୍ବାଦ ଭିକ୍ଷା କରିଥିଲେ ବିଧାୟିକା ଦମ୍ପତି l ବୃଦ୍ଧାଶ୍ରମ ର କିପରି ଅଧିକ ବିକାଶ ହୋଇ ପାରିବ, ବରୀ ବ୍ଲକ ଅଞ୍ଚଳରେ ଯଦି ଏମିତି କେହି ନିରାଶ୍ରୟ ବ୍ଯକ୍ତି ଥାନ୍ତି ତେବେ ସେମାନଂକୁ ଚିହ୍ନଟ କରିବା ସହ ଥଇଥାନ କରିବା ପାଇଁ ବିଧାୟିକା ଶ୍ରୀମତୀ ଦାସ ଅନ୍ତେବାସୀଙ୍କ ଦାୟିତ୍ଵରେ ଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ l
ଏହି ନିରାଡମ୍ବର କାର୍ଯ୍ୟକ୍ରମରେ ବରୀ ବିଜେଡି ସଭାପତି କେଦାର ସାମଲ, ଜିଲାପରିଷଦ ସଭ୍ଯ ତଥା ବରୀ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳ ସଭାପତି ଅଶୋକ ସାମଲ, ଶିକ୍ଷକ ସଚୀକାନ୍ତ ମିଶ୍ର, ଦିଲୀପ କୁମାର ଦାସ ପ୍ରମୂଖ ଉପସ୍ଥିତ ଥିଲେ l