ବେଗୁନିଆପଡା: ମୁଖ୍ୟମନ୍ତ୍ରୀଙ୍କ ସହାୟତା,ଓଡିଶା ମୋ ପରିବାରର ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉଦ୍ୟମ କ୍ରମେ ଦୁବାଇରୁ ଓଡିଶା ପଂହଁଚିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକର ମର୍ଦ୍ଧମେଖ ପଞ୍ଚାୟତର ଏକ ବ୍ୟକ୍ତିଙ୍କ ମୃତ ଶରୀର | ସୂଚନା ଅନୁଯାଇ ମୃତ ବ୍ୟକ୍ତି ଜଣକ ହେଲେ ଗୌରହରି ସ୍ୱାଇଁ, ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବଡ ଗୁଡ଼ିଆଳି ଗ୍ରାମର ସେ ଦୁବାଇରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ ହେଲେ ଗତ 5 ତାରିଖରେ ସେଠାରେ ତାଙ୍କର ମୃତ ଘଟିଥିଲା | ଉକ୍ତ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଦୁବାଇରୁ ଓଡିଶା କୁ ମୃତ ଶରୀର ଆଣିବା ତାଙ୍କ ପକ୍ଷରେ ସମ୍ଭବ ପର ହୋଇନଥିଲା | ଏ ନେଇ ତାଙ୍କ ସଂପର୍କୀୟ ଟୁଇଟ ମାଧ୍ୟମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ସାହାଯ୍ୟ ପାଇଁ ଅବଗତ କରିଥିଲେ | ବିଧାୟିକାଙ୍କ ଉଦ୍ୟମ ଆଉ ଓଡିଶା ମୋ ପରିବାରର ସହାୟତାରେ ମୃତ ଶରୀର ଟି ଦୁବାଇରୁ ଆଜି ଓଡିଶା ପଂହଁଚିଛି | ବିଧାୟିକା ଲତିକା ପ୍ରଧାନ ନିଜେ ଭୁବନେଶ୍ୱରରେ ଉପସ୍ଥିତ ରହି ମୃତ ଶରୀର କୁ ଏକ ଆମ୍ବୁଲାନ୍ସ ମାଧ୍ୟମରେ ତାଙ୍କ ଜନ୍ମ ମାଟି କୋଦଳା ସ୍ଥିତି ବଡ଼ ଗୁଡ଼ିଆଳି ଗ୍ରାମ କୁ ପଠାଇବା ବ୍ୟବସ୍ଥା କରିଛନ୍ତି |ଏଥିସହ ଆବଶ୍ୟକ ପଡିଲେ ଭବିଷ୍ୟତରେ ମଧ୍ୟ ସମସ୍ତ ସୁବିଧା ଓଡିଶା ମୋ ପରିବାର ତରଫରୁ ଯୋଗାଇ ଦିଆଯିବ ବୋଲି ବିଧାୟିକା କହିଛନ୍ତି |
Related Stories
December 1, 2024
November 25, 2024