ବଲାଙ୍ଗୀର(ରତ୍ନଗିରି ନ୍ୟୁଜ)୮/୧ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବହଲି ଗ୍ରାମରେ ଖୁଲମଖୁଲା ଭାବରେ ଦେଶିମଦ ବେପାର ଚାଲିଥିବା ଅଭିଯୋଗ କରିଛନ୍ତି ବହଲି ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । ସୁଚନା ଅନୁସାରେ ବହଲି ଗ୍ରାମର ଚାରିରୁ ପାଞ୍ଚଟି ଜାଗାରେ କିଛି ଅସାଧୁ ବ୍ୟକ୍ତିମାନଙ୍କ ଦ୍ବାରା ଖୁଲମଖୁଲା ଦେଶୀ ମଦ ପୋଚ ବିକ୍ରି ହେଉଛି । ଗ୍ରାମରେ ଥିବା ଦଶ ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାରମ୍ବାର ପ୍ରଶାସନିକ ଅଧିକାରୀମାନଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳି ନଥିବାରୁ ଶୁକ୍ରବାର ଦିନ ଏହି ମହିଳାମାନେ ଉତ୍ୟକ୍ତ ହୋଇ ଦେଓଗାଁ ଥାନାକୁ ଜାଇ ତୁମ୍ଭିତୋଫାନ କରିଥିଲେ । ଉକ୍ତ ମହିଳାମାନେ ଦେଓଗାଁ ପୋଲିସକୁ ରୋକ୍ ଠୋକ୍ ଭାବରେ ସୁଣାଇ ଦେଇଛନ୍ତି ଯେ ଆଗାମୀ ଦିନରେ ଜଦି ଗ୍ରାମରେ ମଦ ବିକ୍ରୟ କରୁଥିବା ଲୋକଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନ ନିଆଯାଏ ତାହେଲେ ବଲାଙ୍ଗୀର ଏସ୍.ପି ଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି !
ବଲାଙ୍ଗୀର ରୁ ଜଗନ୍ନାଥ ଧରୁଆ