ବରୀ(ରତ୍ନଗିରି ନ୍ୟୁଜ) : ଦେଶରେ ଦିନକୁ ଦିନ ବେକାରୀ ସଂଖ୍ୟା ବଢୁଥିବାବେଳେ ଆତ୍ମ ନିର୍ଭରଶୀଳ ହେବା ପାଇଁ ବେକାର ଯୁବକଯୁବତୀମାନେ ଆଗେଇ ଆସିବା ଉଚିତ ବୋଲି ଗୋପବନ୍ଧୁ ରମାଦେବୀ ଆଶ୍ରମ ପରିସରରେ ଆୟୋଜିିତ ସର୍ବୋଦୟ ଧୂପର ଶୁଭାରମ୍ଭ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉତ୍କଳ ସର୍ବୋଦୟ ମଣ୍ଡଳ, କଟକ ଶାଖାର ସଭାପତି କୌଳାସ ଚନ୍ଦ୍ର ସାହୁ, ନିଶା ନିବାରଣ ଅଭିଯାନ ଭୁବନେଶ୍ୱରର ମଳୟ ତ୍ରିପାଠୀ, ଯାଜପୁରର ଜିତେନ୍ଦ୍ର କୁମାର ପଣ୍ଡା, କୁଳମଣି ଶୁଳ୍କ, ସର୍ବୋଧୟ କର୍ମୀ ରେଣୁକା ସାହୁ, ନିର୍ମଳ କୁମାର ଗିରି, ରମାକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇ ବରୀରେ ସ୍ୱାଧିନତା ସମୟରେ ଆତ୍ମ ନିର୍ଭରଶୀଳ କରିବା ପାଇଁ ମା ରମାଦେବୀ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା । ଯେଉଁଥିରେ ସେ ସମୟରେ ବେକାର ଯୁବକଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ମହୁଚାଷ, ସୂତା କଟା ଓ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଇତ୍ୟାଦି ଶିକ୍ଷା ଦିଆଯାଉଥିଲା । ପୁଣି ଥରେ ସେହି ଆଶ୍ରମରେ ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ପାଇଁ ଧୂପ ପ୍ରସ୍ତୃତି ଶିକ୍ଷା ଦେବା ସହ ଉତ୍ପାଦନ ଆରମ୍ଭ କରାଯାଇଥିବାରୁ ଏହା ଏକ ସାମାଜିକ ବିପ୍ଳବରେ ପରିଣତ କରିବା ପାଇଁ ଅତିଥିମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଶ୍ରମ ପରିସରରେ ସର୍ବୋଦୟ ଧୂପ ପ୍ରସ୍ତୃତି ପାଇଁ ୬ଗୋଟି ନୂତନ ଜ୍ଞାନକୌଶଳରେ ନିର୍ମିତ ଧୂପ ତିଆରି ମେସିନ୍ ସ୍ଥାପନ କରାଯାଇଥିବାବେଳେ ୩୦ରୁ ଉର୍ଦ୍ଧ୍ୱ ମହିଳା ଆତ୍ମ ନିର୍ଭରଶୀଳ ହେବା ପାଇଁ ଲକ୍ଷ ରଖାଯାଇଛି । କାର୍ଯ୍ୟକ୍ରମ ଶେଷରେ ଆଶ୍ରମର ତିଳୋତ୍ତମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 3, 2024
November 3, 2024