ବାଲିଆପାଳ (ରତ୍ନଗିରି ନ୍ୟୁଜ)୨୯/୦୧: ଶାଶୁଘର ଆଗରେ ଆଠ ବର୍ଷର ପୁଅକୁ ଧରି ସ୍ତ୍ରୀର ଧାରଣା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ନାବରା ଗ୍ରାମରେ। ସୂଚନାରୁ ପ୍ରକାଶ ନାବରା ଗ୍ରାମର ହରିପଦ ଦେଙ୍କ ସ୍ତ୍ରୀ ସୁସ୍ମିତା ଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା ବେଳେ ଏକ ଆଠ ବର୍ଷର ପୁତ୍ର ସନ୍ତାନ ରହିଛି। ତେବେ ହରିପଦ ଓ ଦେବସ୍ମିତାଙ୍କ ମଧ୍ୟରେ ମନୋମାଳିନ୍ୟ ତଥା ଶାଶୁଘର ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେବାରୁ ଶୁଭସ୍ମିତା ନ୍ୟାୟାଳୟର ଆଶ୍ରୟ ନେଇଥିବା ବେଳେ ବିଚାର ଚାଲୁରହିଛି। କିନ୍ତୁ ସୁଭଶ୍ମିତାର ଆଠ ବର୍ଷର ନା ବାଳକ ପିଲା ଥିବାବେଳେ ବାଲେଶ୍ଵର ର CWC ପିଲା ନାବାଳକ ଓ ସେ ତା ମା ସହିତ ବାପାଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ l ଏଥି ସହିତ ମା ଓ ପୁଅକୁ ଶାଶୁଘରେ ଥଇଥାନ କରିବାପାଇଁ ସିଂଲା ପୋଲିସକୁ ଉକ୍ତ ନିର୍ଦେଶରେ କୁହାଯାଇଥିଲା । ସେହି ଆଦେଶ ବଳରେ ଶୁଭସ୍ମିତା ଓ ତାଙ୍କ ପୁଅ ନାବରା ଗ୍ରାମର ହରିପଦ ଦେଙ୍କ ଘରକୁ ଆସିଥିଲା ବେଳେ ଶାଶୁଘର ଲୋକେ କିନ୍ତୁ ଘରେ ପୁରାଇ ଦେଲେ ନାହିଁ।ଫଳରେ ନ୍ୟାୟ ପାଇଁ ଆଜକୁ ଛଅ ଦିନହେବ ଶୀତ କାକରରେ ଘର ସାମ୍ନାରେ ଅନଶନରେ ବସିଛନ୍ତି। ସେଠାରେ ସେ ରନ୍ଧାବଢ଼ା ମଧ୍ୟ କରି ଖାଉଛନ୍ତି। ତେବେ ଦେବବ୍ରତ ଙ୍କ ଗେଟ୍ ରେ ତାଲା ପଡିଛି । ସିଂଲା ଥାନା ଅଧିକାରୀ କେବଳ ଦୁଇଜଣ ସୁରକ୍ଷା କର୍ମୀକୁ ଜଗେଇଦେଇ ନିଜର କର୍ତ୍ତବ୍ୟ ସାରିଦେଇଥିବା ପରି ମନେ ହେଉଛି। ତେଣୁ ଯେତେ ପର୍ଯ୍ୟନ୍ତ ଶୁଭସ୍ମିତା ତଥା ତାଙ୍କ ପୁଅଙ୍କୁ ନ୍ୟାୟ ନମିଳିଛି ସେମାନେ ସେହିପରି ଘର ସାମ୍ନାରେ ବସିବେ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ସୁଭଶ୍ମିତା ଓ ତାଙ୍କ ପୁଅଙ୍କୁ ନ୍ୟାୟ କେବେ ମିଳୁଛି।
Related Stories
November 9, 2024
November 9, 2024