ବରୀ(ରତ୍ନଗିରି) : 5T ମାଧ୍ୟମରେ ନୂଆ ରୂପ ପାଇଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଧାରପୁରକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରନେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି। ବରୀ ବ୍ଲକର ଭାରପ୍ରାପ୍ତ ବିଡିଓ ଡ. ମାନସ ରଞ୍ଜନ ଭୋଇ,କନିଷ୍ଠ ଯନ୍ତ୍ରୀ ବିପ୍ଳବ ପରିଜା ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏତଦ୍ବ୍ୟତୀତ ବରୀ ବ୍ଲକ ବିଜେଡ଼ି ସଭାପତି କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ,ଧାରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ କୁନା ମଲ୍ଲିକ, ସମିତି ସଭ୍ୟ ଶ୍ରୀଧର ସେଠୀ, ପୂର୍ବତନ ସରପଂଚ ବିଜୟାନନ୍ଦ ଜେନା, ତୁଷାର ଶ୍ୟାନ୍ତୀ, ବସନ୍ତ ଭୂୟାଁ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ କାଞ୍ଚନ ଜେନା, କାର୍ତ୍ତିକ ଚନ୍ଦ୍ର ସାହୁ, ବାସନ୍ତୀ ସାମଲ, ପୁରାତନ ଛାତ୍ରୀ ପ୍ରଭାତୀ ଜେନାଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଓ ବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସ୍କୁଲ୍ରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ ନିମନ୍ତେସ୍ମାର୍ଟ କ୍ଲାସ୍ରୁମ୍, ସ୍ମାର୍ଟ ଲାଇବ୍ରେରି, ଅତ୍ୟାଧୁନିକ ଲାବ୍, ବିଶୁଦ୍ଧ ପାନୀୟଜଳ ଓ ଉତ୍ତମ ଖେଳପଡିଆ ପରି ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକ ରାଜ୍ୟ ସରକାରଙ୍କ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ସେହିପରି ବରୀ ବ୍ଲକର ଅଜାଣ ହାଇସ୍କୁଲ, ଅଜାଣ, ଆମ୍ର କାନନ ଶିକ୍ଷା ନିକେତନ, ରାଜାତୋଟା ଓ ଅଙ୍ଗାଳୋ ହାଇସ୍କୁଲ, ଅଙ୍ଗାଳୋ କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ l