ବଲାଙ୍ଗୀର(ରତ୍ନଗିରି ନ୍ୟୁଜ) ୧୫/୦୫/: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡୁମେରପିଟା ପଞ୍ଚାୟତର ଡୁମେରପିଟା ଗ୍ରାମରେ ମହାପ୍ରଭୁ ଜଗନ୍ନାଥ ମୂର୍ତ୍ତିଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗତ‐୦୯/୦୫/୨୦୨୨ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ! ଗ୍ରାମର ସ୍ଥାନୀୟ ପୋଖରୀ ରୁ ପୂର୍ଣ୍ଣକଳସ ଅଣାଯାଇ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ସହ ସ୍ଥାପନ କରା ଯାଇଥିଲା !
ଏଥିରେ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିବା ବେଳେ ଚାରି ଦିନ ଧରି ଅନୁଷ୍ଠିତ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମ ସଂକିର୍ତ୍ତନ ହୋଇଥିଲା ! ଅଖଣ୍ଡନାମ ଅଙ୍କୁରରୋପଣ ପରେ ଶୁଭାଧିବାସ କଳସ ଶୋଭାଯାତ୍ରା ଓ ଗ୍ରାମ ଦେବତା ନିମନ୍ତ୍ରଣ କାର୍ଯ୍ଯକ୍ରମ ଅନୁଷ୍ଠିତ କରା ଯାଇଥିଲା ! ଯଜ୍ଞକୁଣ୍ଡରେ ଅଗ୍ନିସଂଯୋଗ , ଗୋପୂଜା , ସୂର୍ଯ୍ଯପୂଜା ମନ୍ଦିରାଧିବାସ , ନୂତନ ଦେବତାନଗର ପରିକ୍ରମା କରିବାର କାର୍ଯ୍ଯକ୍ରମ ରହିଥିଲା ! ପ୍ରତ୍ଯେକ ଦିନ ସନ୍ଧ୍ଯାରେ ସାଂସ୍କୃତିକ କାର୍ଯ୍ଯକ୍ରମ କଂସ ଦରବାର ଓ ମୀନାବଜାର ଦେଖି ବାକୁ ମିଲିଥିଲା ! ପ୍ରତ୍ଯେକ ଦିନ ସକାଳ ମଧ୍ଯାନ ରାତିରେ ଅନ୍ନ ପ୍ରସାଦ ଦିଆ ଯାଇଥିଲା ! ବଲାଙ୍ଗୀରରୁ ଜଗନ୍ନାଥ ଧରୁଆଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ