ପାଇକମାଳ(ରତ୍ନଗିରି ନ୍ୟୁଜ)୨୩।୧୨ :- ପାଇକମାଳ ବ୍ଲକ୍ ଝିଟିକି ଓ ଜାମସେଠ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ପରିସର ରେ ଜିଲ୍ଲା ପରିସଦ ସଭ୍ୟ ବିଶ୍ବନାଥ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡା.ସୌମ୍ୟରଂଜନ ଦାଶ, ଡା.ସୌରବ ଅଗ୍ରୱାଲ, ସୁବ୍ରତ ବିଶ୍ବାଳ, ସତ୍ୟଭୁଷଣ ସାହୁ, ସତୃଘନ ସିଂ, ପ୍ରଦିପ ସାହୁ, ଝିଟିକି ସରପଞ୍ଚ୍ ସୁମିତ୍ରା ପ୍ରଧାନ, ଜାମସେଠ ସରପଞ୍ଚ୍ ରମ୍ଭା ତାଣ୍ତି ଓ ଅନ୍ୟାନ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସର ରେ ଦୁଇ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ରେ ଜନ ଆରୋଗ୍ୟ ସମିତି ଗଠନ କରାଯାଇଛି । ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ବିଭିନ୍ନ ଉନ୍ନତି ମୂଳକ କାମ ଉପରେ ଆଲୋଚନ ହୋଇଥିଲା । ଶେଷରେ ଡା. ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।