ଆଜି ପହିଲି ରଜ l ଓଡ଼ିଆ ପରିବାରର ବଡ଼ ପର୍ବ ରଜ ହୋଇଥିଲେ ବି ଏଥର ସେତେଟା ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା l କୋଭିଡ କଟକଣା ପାଇଁ ଫିକା ପଡଛି ଗଣପର୍ବ l ଦେଖିବାକୁ ମିଳୁନି ପୂର୍ବ ପରି ଉତ୍ସାହ ଆଉ ଉଦ୍ଦୀପନା lତଥାପି ପରିବାର ଭିତରେ ରଜ ପିଠା, ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି l କୁଆଁରୀ ଝିଅମାନେ ରଙ୍ଗ, ଅଳତା, ମେହେନ୍ଦୀ ଲଗେଇବା ସହ ରଜକୁ କୋଭିଡ କଟକଣା ଭିତରେ ପାଳିବାକୁ ଉଦ୍ୟମ ଜାରି ରଖିଛନ୍ତି l ଦୋଳି ଖେଳ ସାଙ୍ଗକୁ ଘର ପିଣ୍ଡାରେ ତାସ, ଲୁଡୁର ଆସର ଜମାଇବାକୁ ପ୍ରସ୍ତୁତ ହେଉଛନ୍ତି ଝିଅମାନେlଗାଁଠୁ ସହର ସବୁଠି ପିଠାପଣାର ମହକ l କରୋନା କଟକଣା ପାଇଁ ସାମୁହିକ ରଜ ପର୍ବର ଆୟୋଜନ ହେଉନଥିଲେ ମଧ୍ୟ ଘରେ ରହି ରଜ ପାଳନ କରୁଛନ୍ତି ଲୋକେ l
ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମଧ୍ୟ ରଜ ପାଇଁ ସଜବାଜ ଆରମ୍ଭ ହୋଇଛି l କୁନି କୁନି ପିଲା ପାଦରେ ଅଳତା, ମୁହଁରେ କୁଙ୍କୁମ ଲଗେଇ ନୂଆ ଡ୍ରେସ ପିନ୍ଧି ସଜ ହୋଇଥିବା ଦେଖିବାକୁ ମିଳିଛି l ସେପଟେ କମିଶନରେଟ ପୋଲିସ ପକ୍ଷରୁ ରଜ ରେ କଟକଣା ବଜାୟ ରଖିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି l ଅଯଥା ଭିଡ଼ ନ ଜମାଇବାକୁ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି l
ତେଣୁ ସମସ୍ତେ ଘରେ ରହି ରଜ ପାଳନ କରନ୍ତୁ, ନିଜେ ସୁସ୍ଥ ରୁହନ୍ତୁ ଅନ୍ୟକୁ ସୁରକ୍ଷିତ ରଖନ୍ତୁ