ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରିବାକୁ ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ

ବରୀ(ରତ୍ନଗିରି ନ୍ୟୁଜ) :- ଦିନକୁ ଦିନ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟର ବଦ୍‌ନାମର ପେଡି ଖୋଲିବାରେ ଲାଗିଛି । ଗତ କିଛି ଦିନ ଧରି ଜୈନେକା ଛାତ୍ରୀଙ୍କୁ ଅସଦାଆଚରଣ ଅଭିଯୋଗ ପରେ ଅଭିଯୁକ୍ତ ଫେରାର ହେବା, ଘଟଣାକୁ ପ୍ରଘଟ ନକରିବା ପାଇଁ ଗଣମାଧ୍ୟମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ କହୁଥିବା କଥା ଭାଇରାଲ ହେବା, ଘଟଣାରୁ ବର୍ତ୍ତିବା ପାଇଁ ଅଧ୍ୟକ୍ଷ ଲମ୍ବା ଛୁଟିରେ ଯିବା, ଅଭିଯୁକ୍ତଙ୍କ ସଂଖ୍ୟାରେ ଜଣଙ୍କ ପରେ ଜଣଙ୍କ ନାଁ ଯୋଡା ହେବା ଘଟଣା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ହୋଇଛି ।

ଘଟଣା ଏପରି ହେଲା ଯେ ସମୃକ୍ତା ଛାତ୍ରୀ, ତାଙ୍କୁ ସମର୍ଥନ ଜଣାଇ ଡିଗ୍ରୀ କଲେଜର କେତେକ ଛାତ୍ରଛାତ୍ରୀ ଅନଶନରେ ବସିବା, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବିକୁ ଜୋରଦାର କରିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ପିଡ଼ିତା ନିଜେ ପେଟ୍ରୋଲ ସାହାଯ୍ୟରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବରୀ ଥାନା ଅଧିକାରିଣୀ ଜ୍ୟୋର୍ତ୍ରିମୟୀ ସେଠୀ ତାଙ୍କୁ କୁଣ୍ଡାଇ ପକାଇବା ସହ ନ୍ୟାୟ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଓ ଶିକ୍ଷାନୁଷ୍ଠାନ ପ୍ରତି ନବାଗତ ଛାତ୍ରଛାତ୍ରୀଙ୍କ ମନରେ ଭୟ ସୃଷ୍ଟି ହେଉଥିବା ଜାଣି ବରୀ ବିଡ଼ିଓ ମହେଶ୍ୱର ସେଠୀ, ତହସିଲଦାର ମାନସ ରଂଜନ ସ୍ୱାଇଁ, ଡିଏସ୍‌ପି ମମତା ବିଶ୍ୱାଳ, ଏସ୍‌ଡିପିଓ କୈଳାସ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶିତିକାନ୍ତ କାନୁନ୍‌ଗୋ, ବାଲିଆ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ସନ୍ଧ୍ୟା ପର୍ଯ୍ୟନ୍ତ ବିିଭିନ୍ନ ପ୍ରସଙ୍ଗରେ ପୀଡିତା, ଅଭିଭାବକ, ସହପାଠୀ, ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାକର ଜେନା, ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପିଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଯିଏ ଯେଉଁ ପଦବୀରେ ଥାଆନ୍ତୁ ନା କାହିଁକି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଥି ପାଇଁ ଯାହା ତଦନ୍ତ ପ୍ରକ୍ରିୟାରେ ଆସିବ ସେ ସବୁ ଦିଗ ପ୍ରତି ଦୃଷ୍ଟି ଦିଆଯିବ ବୋଲି ଡିଏସ୍‌ପି ଶ୍ରୀ କାନୁନ୍‌ଗୋ କହିଥିଲେ ।

Share this post :

Facebook
Twitter
LinkedIn
Pinterest

Leave a Reply

Your email address will not be published. Required fields are marked *