ବରୀ(ରତ୍ନଗିରି ନ୍ୟୁଜ): ଆଜି ବରୀ ବ୍ଲକ ମହିଳା ଓ ଶିଶୁ ବିକାଶ କାର୍ଯ୍ୟlଲୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଳୟର ସୁପର ଭାଇଜର ସ୍ୱର୍ଣାଲତା ଦାସ ଙ୍କୁ ମହିଳା ଓ ଶିଶୁ ବିକାଶ ଅଧିକାରିଣୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥଲେ ବୋଲି ସେ ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ତଳେ ପଡ଼ିରହିବା ପରେ ତାଙ୍କୁ କେହି ଚିକିତ୍ସା ବ୍ୟବସ୍ଥା ନ କରିବାରୁ ଘଟଣା ଓ ପରେ ଘଟଣାସ୍ଥଳରେ ବରୀ ବିଡିଓ ଶିବାନନ୍ଦ ସ୍ଵାଇ ପହଞ୍ଚି 108 ଯୋଗ ବରୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ ବୋଲି କହିଛନ୍ତି । ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଈଥିବା ଜଣାପଡିଛି । ଗତ କିଛିଦିନ ହେବ ବରୀ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବ୍ୟାପକ ବେଆଇନ କାର୍ଯ୍ୟ ସହ ନିମ୍ନ ମାନର ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଥିବା ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଥିଲେ ବି ପ୍ରଶାସନ ସବୁ ଜାଣି ନ ଜାଣିଲା ପରି ହେଉଥିଲା । ଏ ବିଷୟରେ ମହିଳା ଓ ଶିଶୁ ଅଧିକାରିଣୀ ଙ୍କୁ ପଚାରିବାରୁ ସେ କୁହନ୍ତି ସୁପର ଭାଇଯାର ବିନାକାଣରେ ଉପସ୍ଥିତ ରହିବା କଥା ତାଙ୍କୁ ପଚାରିବାରୁ ସେ ଉତେଜିତ ହୋଇ ପଡ଼ିଯାଇଥିଲେ ବୋଲି କହିଛନ୍ତି ।
Related Stories
December 1, 2024
November 25, 2024