ନିଶ୍ଚିନ୍ତକୋଇଲି : (ନମିତା ଦାସ) ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର କୋଣ ଅନୁକୋଣରେ ପରିଚିତ କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ୍ତ ଦାସ ଙ୍କ ବହିଷ୍କାର କୁ ସାଧାରଣରେ ଦୃଢ ନିନ୍ଦା କରାଯିବା ସହ କଂଗ୍ରେସ ଦଳର ଏଭଳି ନିଷ୍ପତିକୁ ବହୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି । ଜନସାଧାରଣଙ୍କ ଦୁଃଖ ସୁଖ ର ସାଥି , ବାତ୍ୟା ହେଉ କି ବନ୍ୟା ମାହାଙ୍ଗା ଜନସାଧାରଣ ଙ୍କ ପହଞ୍ଚି ସହଯୋଗ ର ହାତ ବଢାନ୍ତି ଶ୍ରୀ ଦାସ । ସୂଚନାଯୋଗ୍ୟ ଯେ ପ୍ରଦେଶ କଂଗ୍ରେସ କମିଟି ସଭାପତି ମାହାଙ୍ଗା ର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ ଦାସ ଙ୍କୁ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଶ୍ରୀ ଦାସ ଙ୍କ ବହିଷ୍କାର କୁ ମାହାଙ୍ଗା ର ବହୁ କଂଗ୍ରେସ କର୍ମୀ, ଦଳର ପୂର୍ବତନ ବ୍ଲକ ସଭାପତି ଙ୍କ ସମେତ ବହୁ କଂଗ୍ରେସ ନେତା ଦୃଢ ନିନ୍ଦା କରିଛନ୍ତି। ବନ୍ୟା, ବାତ୍ୟା ସମୟରେ ଯିଏ ନିଜସ୍ଵ ଅର୍ଥ ରେ ଲୋକ ମାନଙ୍କ ପାଖରେ ପହଞ୍ଚି ସାହାଯ୍ୟ ଓ ସହଯୋଗ କରୁଥିଲେ, କଂଗ୍ରେସ ଦଳ ପାଇଁ ଛାତ୍ର ଜୀବନ ରୁ ଶୃଙ୍ଖଳିତ ସଭ୍ୟ ଭାବରେ କାମ କରିଆସିଛନ୍ତି, ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଶ୍ରୀ ଦାସ ଙ୍କୁ ଦଳରୁ ବହିଷ୍କାର କୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବହୁ କଂଗ୍ରେସ କର୍ମୀ ନିନ୍ଦା କରିଛନ୍ତି। ଏପରିକି କଂଗ୍ରେସ ଦଳର କିଛି ନେତା ଉଦେଶ୍ୟ ହାସଲ ପାଇଁ ଏଭଳି ହୀନ ଚକ୍ରାନ୍ତ କରିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ତେବେ କଂଗ୍ରେସ ଦଳର ଏଭଳି ନିଷ୍ପତ୍ତି ଆଗାମୀ ନିର୍ବାଚନ ରେ କଂଗ୍ରେସ ଦଳ ପାଇଁ ବୁମେରାଙ୍ଗ ସୃଷ୍ଟି କରିବ ବୋଲି ସାଧାରଣରେ କୁହାଯାଇଛି ।
Related Stories
December 1, 2024
November 25, 2024