ଧର୍ମଶାଳା (ରତ୍ନଗିରି ନ୍ୟୁଜ) ୨୯.୧୨:-ଯାଜପୁର ର ଜଣାଶୁଣା ଧର୍ମଶାଳା ଅଞ୍ଚଳର ଯୁବ ଡାକ୍ତର ନିହାର ରଞ୍ଜନ କରଙ୍କ ଜନ୍ମ ଦିନ ଅବସରରେ ଆଜି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚହଟା ପଞ୍ଚାୟତ ମା ଥାନପତି ମନ୍ଦିର ପ୍ରାଙ୍ଗଣରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ।ଏହି ଅଞ୍ଚଳର ଯୁବ ସାମାଜିକ କର୍ମୀ ଶ୍ରୀ ପ୍ରଫୁଲ କୁମାର ରାଉତ ଙ୍କ ଉଦ୍ୟମରେ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଶତାଧିକ ଲୋକେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ମଧ୍ୟ ନେଇଛନ୍ତି ।ଏହି ସ୍ୱାସ୍ଥ୍ୟ ଶିବିର କୁ ଧର୍ମାଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡା ସୁଧୀର ସାହୁ , ଧର୍ମଶାଳା ର ଜଣାଶୁଣା ସାମାଜିକ କର୍ମୀ ,ଶିକ୍ଷାବିତ ଡା. ଚିତରଞ୍ଜନ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ , ପରେ ପରେ ଡା. ସାହୁ ଓ ଡା.କର ଉଭୟ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାସ୍କ ମଧ୍ୟ ପ୍ରଦାନ କରିଥିଲେ ।କରୋନା ର ତୃତୀୟ ଲହର ପାଇଁ ଆମେ ସମସ୍ତେ କୋବିଡ଼ କଟକଣା ମାନିବା , ଟୀକା ନେବା ଓ ମାସ୍କ କୁ ସର୍ବଦା ବ୍ୟବହାର କରିବା ପାଇଁ ଡା ସାହୁ ଓ କର ଶିବିର କୁ ଆସୁଥିବା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।ପରେ ପରେ ଡା .କରଙ୍କ ଜନ୍ମ ଦିନ ଉପଲକ୍ଷେ ସ୍ଥାନୀୟ ମନ୍ଦିର ରେ କିଛି ଫଳ ଓ ଫୁଲ ଗଛ ଲଗାଯାଇଥିଲା , ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଏହି ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଡାକ୍ତରଙ୍କ ଏଭଳି ମହାନିୟତା କୁ ଭୁରିୟସୀ ପ୍ରଶଂସା କରିଥିଲେ ।ପରେ ପରେ ୨୦ ରୁ ଉର୍ଦ୍ଧ୍ଵ ଗରିବ ପରିବାରକୁ ଶ୍ରୀ ଜଗନ୍ନାଥ ମେଡିକାଲ ଷ୍ଟୋର ,ବାରବାଟୀ ପକ୍ଷରୁ କମ୍ବଳ ପ୍ରଦାନ କରାଯାଇଥିଲା , ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ନୂତନ ରାଉତ ତ୍ବରାନ୍ବିତ କରିଥିଲେ । ଏତ୍ତତବ୍ୟତୀତ ଜାଗ୍ରତ ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ମହିଳା ସଦସ୍ୟା ମାନଙ୍କୁ ସ୍ୟାନିରାରୀ ନ୍ୟାପକିନ ଅନୁଷ୍ଠାନ ର ସଭାପତି ଶ୍ରୀ ଜ୍ଞାନରଞ୍ଜନ ସ୍ବାଇଁ ଙ୍କ ମାର୍ଫ୍ଟତରେ ଏହି ଅଞ୍ଚଳର ସମାଜସେବି ଲକ୍ଷ୍ମୀ ଖମାରି ଓ ଅନ୍ୱେଷଣ ର ସହ କୋଷାଧଖ୍ୟା ଇଛାମୟୀ ଧଳ ଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା , ଓ ଏହି ନ୍ୟାପକିନ ସମ୍ଭଧରେ ମହିଳାଙ୍କୁ ଅବଗତ ମଧ୍ୟ କରାଯାଇଥିଲା ।ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଚେତନ ମଞ୍ଚର ଆବାହକ ସରୋଜ କୁମାର ବେହେରା ସଂଚାଳନ କରୁଥିବା ବେଳେ ଅନ୍ୱେଷଣ ଥିଏଟର ଯାଜପୁର ପକ୍ଷରୁ ସଭାପତି ବୃନ୍ଦାବନ ମିଶ୍ର , ସମ୍ପାଦକ ଅଭିମନ୍ୟୁ ମିଶ୍ର , ମିଡ଼ିଆ ସେଲ ଅଧ୍ୟକ୍ଷ ସାମ୍ବାଦିକ ସୁରେଶ କର , ଉପସଭାପତି ଉପେନ୍ଦ୍ର ଜେନା , ମୃତ୍ୟୁଞ୍ଜୟ ସାହୁ, ବଣମଲ୍ଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ ସଭାପତି ନିର୍ମାଲ୍ୟ ପ୍ରଧାନ , ଉପସଭାପତି ଲାଲମୋହନ ଶତପଥି ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ସହଯୋଗ କରିଥିଲେ । ଡାକ୍ତର ଙ୍କ ଏଭିଳି ଚିନ୍ତାଧାରା କୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯିବା ସହ ତାଙ୍କର ଉତ୍ତୋରତର ଉନ୍ନତି କାମନା ମଧ୍ୟ କରାଯାଇଥିଲା ।
Related Stories
December 1, 2024
November 25, 2024