ରାୟଗଡ଼ା (ରତ୍ନଗିରି ନ୍ୟୁଜ) :- ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଡମ୍ ସମ୍ପ୍ରଦାୟଙ୍କ ମୁଖ୍ୟ ପର୍ବ ଦିଆଲି ପର୍ବ ଗତ ଶନିବାର ଦିନ ଉଦଯାପିତ ହୋଇଯାଇଛି। ହିନ୍ଦୁ ଧର୍ମ ଅନୁସାରେ ବରଷକେ ଵାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଦୀପାବଳୀ ଉତ୍ସବ ସମୟରେ ଏହି ସଂପ୍ରଦାୟର ଲୋକମାନେ ଏହାକୁ ଦିଆଲି ପର୍ବ କହି ପାଳନ କରନ୍ତିl ଘରେ ଘରେ ଦିପର ଆଲୁଅରେ ଝଳସିବା ସହିତ ମହା ଆନନ୍ଦରେ ଏହାକୁ ପାଳନ କରିଥାନ୍ତି। ପ୍ରଥମ ଦିନରେ ପିତ୍ରୁ କାର୍ଯ୍ୟ ପାଳନ ହୁଏ ଏହା ସାଧାରଣଃ ମହିଳା ଗୃହିଣୀ ମାନେ ଉପବାସ ରହି ବିଧି ବିଧାନ ଅନୁସାରେ ପାଳନ କରିଥାନ୍ତି, ନିଜର ପୂର୍ବ ପୁରୁଷ ଓ କାଳ ହୋଇଥିବା ଲୋକଙ୍କ ଆତ୍ମା ଶାନ୍ତି କରିବା ଉଦ୍ଧେଶ୍ୟରେ ପିଣ୍ଡଦାନ ଦାନ କରାଯାଏ ଦ୍ଵିତୀୟ ଦିନରେ ପୁରୁଷ ଓ ମହିଳା ଉଭୟ ଉପବାସ ରହି କୁଳ ଦେବତା ଓ ନିଜର ଅକାଳ ବିୟୋଗ ହୋଇଥିବା ଆତ୍ମୀୟ ଲୋକଙ୍କ ପାଇଁ ଆମିଷ ଭୋଗ ଦେଇଥାନ୍ତି। ତୃତୀୟ ଦିନରେ ସମାଜ ଲୋକ ଗାଁ ଦାଣ୍ଡରେ ଏକତ୍ରିତ ହୋଇ ଦଉଡ଼ି ଖଟ ରଖି, ପାରମ୍ପରିକ ବାଜା ବାଜିବା ସହ ଗାଧୋଇବା କାର୍ଯ୍ୟ ହୁଏ ସାଧାରଣଃ ମାନ୍ୟତା ଅଛି ଯେ ଏହି ପାଣି ଗାଧେଇବା ଦ୍ଵାରା ମଣିଷ ପବିତ୍ର ଲାଭ କରିଥାନ୍ତି ତାପରେ ନୂଆ ବସ୍ତ୍ର ପିନ୍ଧି ଘରର ମୂରବୀ ମାନଙ୍କୁ ପ୍ରଣାମ କରି, ପିଠାପଣା ଖାଇ ନାଚ ଗୀତ ରେ ମସଗୁଲ୍ ହୋଇ ଖୁସି ମନାନ୍ତି।
Related Stories
December 1, 2024
November 25, 2024