ନବରଙ୍ଗପୁର (ରତ୍ନଗିରି ନ୍ୟୁଜ) : ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ଲହରୀ ରେ ଵୃଦ୍ଧି ପାଉଥିବା କରୋନା ସଂକ୍ରମଣ କୁ ପରିପ୍ରେକ୍ଷୀରେ ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର କୋଷଗୁମୁଡା, ଡାବୁଗାଁ ଏବଂ ଉମରକୋଟ ବ୍ଲକ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ, ସମ୍ପୃକ୍ତ ଜିଲ୍ଲା ନୋଡାଲ ଅଧିକାରୀ ମାନଙ୍କୁ ନେଇ,ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ଗୁଗୁଲ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କରୋନା ସମୟରେ ସରପଞ୍ଚ ମାନଙ୍କ ଭୂମିକା, ଆପ୍ରାଣ ଚେଷ୍ଟା ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ମହାମାରୀ କରୋନା କୁ ପ୍ରତିହିତ କରିପାରିଥିଲୁ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ବର୍ତ୍ତମାନ ଦ୍ଵିତୀୟ ଲହରୀ ସମୟରେ ଆଶାନୁରୂପ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କ ସହଯୋଗ ଲଡିବା ସହିତ ସମୟ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଏବଂ ଉପଦେଶ କୁ ଭଲ ଭାବରେ ବୁଝି କଡାକଡ଼ି ପାଳନ କରିବାକୁ ଅନୁରୋଧ କରିଥିଲେ। ସେହିପରି, ପ୍ରତ୍ୟେକ ଦିନ ରାତ୍ର ୮ ଘଣ୍ଟା ସମୟରେ, ସେହି ଦିନ ର ସଂକ୍ରମିତ ସଂଖ୍ୟା କୁ ତାଲିକାଭୁକ୍ତ କରି କଣ୍ଟେନମେଣ୍ଟ ଯୋନର ବ୍ୟବସ୍ଥା କରାଯାଇଛି, ତାକୁ କଡାକଡି ଭାବରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଲଷ୍ଟର TMC ରେ ଯେଉଁ ମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ମଧ୍ୟ କୋଭିଡ କେର ସେଣ୍ଟର କୁ ନେଇ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀଙ୍କୁ ଜିଲ୍ଲା କୋଭିଡ ସ୍ୱାସ୍ଥ କେନ୍ଦ୍ର କୁ ସ୍ଥାନାନ୍ତର କରି ଆବଶ୍ୟକ ଚିକିତ୍ସା ର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ଅବଗତ କରିବା ସହିତ ଜିଲ୍ଲା କୋଭିଡ ସ୍ୱାସ୍ଥ କେନ୍ଦ୍ର ରେ ICU ଏବଂ ଭେଣ୍ଟିଲେଟର ସ୍ଥାପନା ହୋଇଯାଇଛି ବୋଲି ଜଣାଇଥିଲେ । ଜିଲ୍ଲାର10 ଗୋଟି ବ୍ଲକ ଏବଂ ସଦର ମହକୁମା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଦିନ ରାତି ଚବିଶ ଘଣ୍ଟା କୋଭିଡ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି, ସରପଞ୍ଚ ହିସାବରେ ଯଦି କାହାର କିଛି ବୁଝିବାର ଅଛି, ଜିଲ୍ଲା ଏବଂ ବ୍ଲକ ର ନିୟନ୍ତ୍ରଣ କକ୍ଷ କୁ ଜଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଅନୁସନ୍ଧାନ, ପରୀକ୍ଷା, ଚିକିତ୍ସା କୁ ଗୁରୁତ୍ୱ ଦେବା ପରିପ୍ରେକ୍ଷୀରେ, ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ସହିତ ଟୀକାକରଣ କରାଇବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବର୍ତ୍ତମାନ କିଛି ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ପ୍ରଦତ୍ତ କରୋନା ସଚେତନତା ପ୍ରଚାର ପ୍ରସାର ଅଭିଯାନ ଆରମ୍ଭ କରୁଛନ୍ତି, ସେମାନଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଗୃହ ସଂଘରୋଧ ରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ଯେପରି ବାହାରେ ନ ବୁଲେ, ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଯଦି କେହି ବାହାର ବ୍ୟକ୍ତି ଆସୁଛନ୍ତି ତାଙ୍କୁ ଖୋଜି ବାହାର କରି କ୍ଲୋଷ୍ଟର TMC ରେ ରଖିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ କରୋନା ର ସମ୍ମୁଖ ଯୋଦ୍ଧା ହିସାବରେ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ଏ ନ ମ ଦିଦି ମାନେ ଘରକୁ ଘର ଯାଇ ସଂକ୍ରମଣ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଛନ୍ତି, ସେମାନଙ୍କ ଯେମିତି କିଛି ଅସୁବିଧା ନ ହୁଏ, ତାଙ୍କ ସୁରକ୍ଷା ପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।
ଯେକୋୖଣସି ପରିସ୍ଥିତିରେ ଗ୍ରାମରେ ଯାନିଯାତ୍ରା , ଭୋଜିଭାତ ଜନ ଗହଳି ନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହିତ, ଯଦି ଏହାର ବ୍ୟତିକ୍ରମ ଯିଏ କରେ, ତାହା ପ୍ରତି ଜାତୀୟ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ନିୟମ ଅନୁସାରେ ଦଣ୍ଡ ବିଧାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅବଗତ କରାଇଥିଲେ। ଯଦି କରୋନା ସଂକ୍ରମିତ ହୋଇ କୌଣସି ଶିଶୁର ମାତା ପିତା ମୃତ୍ୟୁ ବରଣ ନଜରକୁ ଆସେ, ସେହି ବାପା ମାଆ ଙ୍କୁ ହରାଇଥିବା ଶିଶୁଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ କରିବା ପାଇଁ ସରପଞ୍ଚ ମାନଙ୍କୁ ଅନୁରୋଧ କରାଯାଇଥିଲା । ସେହିପରି ଅଠର ବର୍ଷ ରୁ କମ ବାଳିକା ମାନଙ୍କ ବାଲ୍ୟବିବାହ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ଦେୟ ମୁକ୍ତ ଟେଲିଫୋନ ନମ୍ବର ୧୦୯୮ କୁ ଜଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଆବଶ୍ୟକ ନ ଥିଲେ ଘରୁ ବାହାରକୁ ନ ବାହାରିବା, ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ପଲ୍ଲିସଭା ରେ ଅନୁମୋଦନ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା ଜରିଆରେ ଅଧିକ କର୍ମ ଦିବସ ସୃଷ୍ଟି କରି କରି ସମସ୍ତଙ୍କୁ କାମ ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଭର୍ଚୁଆଲ ବୈଠକରେ ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରମାକାନ୍ତ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ରତ୍ନାକର ସାହୁଙ୍କ ସହିତ ସମ୍ପୃକ୍ତ ସରପଞ୍ଚ, ଜିଲ୍ଲା ନୋଡାଲ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ।
Related Stories
December 1, 2024
November 25, 2024