କିଛିଦିନ ପୂର୍ବରୁ ବଂଅରପାଲ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଗୋଳ ଜିଲ୍ଲାପାଳ ଙ୍କ ଦ୍ଵାରା ଏକ ଜନଶୁଣାଣୀ କାର୍ଯ୍ୟକ୍ରମରେ ବୁଢ଼ାପଙ୍କ ଗ୍ରାମବାସୀ ଗ୍ରାମ ମୁଖ୍ୟ ରାସ୍ତା ଅବରୋଧ ମୁକ୍ତ କରିବା ଓ ନୂତନ ସଡକ ନିର୍ମାଣ ପାଇଁ ଆବେଦନ କରିଥିଲେ ତଥା ଅନ୍ତରାଷ୍ଟ୍ରୀୟ ହ୍ୟୁମାନ ରାଇଟ କାଉନସିଲ ର ଜିଲ୍ଲା ସଭାପତି ଶ୍ରୀମତି ପଦ୍ମାଖି ସିଂ ଙ୍କୁ ମଧ୍ୟ ଜଣାଇଥିଲେ ,ଶ୍ରୀମତି ସିଂ ଏଥିପାଇଁ ଜିଲ୍ଲାପାଳ ନ୍କ ଦ୍ୱାରସ୍ଥ ହୋଇଥିଲେ ଓ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିଲେ ଫଳ ସ୍ୱରୂପ ଆଜି ସକାଳ ପ୍ରାୟ 9 ଘଟିକା ସମୟରେ ବଂଅରପାଲ ବ୍ଲକ ର ତହସିଲଦାର ମହୋଦୟ,ବଂଅରପାଲ ଥାନାଧିକାରୀ ସଦଲବଳେ ଯାଇ ବୁଢ଼ାପଙ୍କ ମୁଖ୍ୟ ରାସ୍ତା ର ସରକାରୀ ଜମି କୁ ମାପିବା କାର୍ଯ୍ୟ ଆରମ୍ଭ କରିଥିଲେ ,ବୁଢାପଙ୍କ ଗ୍ରାମ ର ଗ୍ରାମବାସୀ ଓ ଶ୍ରୀମତି ସିଂ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।କୌଣସି ଅଭାବନିୟ ପରିସ୍ଥିତି ପାଇଁ ପ୍ରଶାସନ ର ଆଗୁଆ ପ୍ରସ୍ତୁତି ଯୋଗୁଁ ଶାନ୍ତି ଶୃଙ୍ଖଳା ରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା ।
Related Stories
December 1, 2024
November 25, 2024