ପୁରୀ (ରତ୍ନଗିରି ନ୍ୟୁଜ) :- ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ରୂପ ଖୋଦେଇ କାର୍ଯ୍ୟ କରୁଛନ୍ତି, ତାଳଧ୍ଵଜ ରଥର-୧୬ ଟି, ନନ୍ଦିଘୋଷ ରଥର-୧୬ ଟି ଏବଂ ଦେବଦଳନ ରଥର-୧୨ ଟି କୋଣଗୁଜ ରେ ରୂପ କାର ସେବକ ମାନେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖି ଛନ୍ତି, ଏହି କୋଣଗୁଜ ଗୁଡିକରେ ନୃସିଂହ ମହାପ୍ରଭୁଙ୍କ ପୂର୍ଣ୍ଣ ଅବୟବ ରୂପ ଖୋଦେଇ ହେତୁ,ଅଧିକ ସମୟ ଲାଗୁଅଛି , ଗୁଜରେ ସଂହ ବିରାଳ ରୂପ ଖୋଦେଇ ପରେ,ଦୁଆର ଘଡା ପାଇଁ ନାଟ ଗୋଡ଼ ଖୋଦେଇ,ଚାରି ନାହାକା ଉଠିଲାପରେ ପଟାଗୁଜରେ ସିଂହବିରାଳ,ଗଜ ବିରାଳ,ନରବିରା- ଳ,ଖୋଦେଇ ଆରମ୍ଭ ହେବ ।ଗତ କାଲି ସୁଦ୍ଧା ତାଳଧ୍ଵଜ ରଥର ୮ଟି ଚକ ଶେଷ ହୋଇଥିଲା ଦୁଇଟି ଚକ ଶେଷ ହୋଇ ତାଳଧ୍ଵଜ ରଥର ୧୦ ଟି ଚକର ନିର୍ମାଣ ଶେଷ ହଉଛି,
ଏଥିସହ ଆଉ ଦୁଇଟି ଚକର ତୁମ୍ଵରେ ଅର ଫିଟିଙ୍ଗ ସରି ପଂଦାରୀ ଗାଡ଼ ଖୋଦେଇ ଚାଲିଛି, ଦୁଇ ଦୁଇଟି ଚକ ପାଇଁ ପଇରେ ବିନ୍ଧ ଖୋଦେଇ ଚାଲୁଅଛି। ଗତକାଲି ସୁଦ୍ଧା ୮ଟି ଚକର ନିର୍ମାଣ ଶେଷ ହୋଇଥିଲା । ଚାରୋଟି ଚକ ର କାମ ଆରମ୍ଭ ହୋଇ ନବମ,ଦଶମ ଚକର ତୁମ୍ଵରେ ଅର ସଂଯୋଗ, ଅରରେ ସିଙ୍ଗଡ଼ା କଣ୍ଟା ଵାଡ଼ିଆ ସରି ଅର ସାଲ ସରିଅଛି, ପଂଦାରୀ ଗାଡ଼ ଖୋଳା ଚାଲିଛି, ପଇ ରେ ବିନ୍ଧକାମ ଶେଷ ପର୍ଯ୍ୟାୟରେ,ଆଉ ଦୁଇଟି ଚକର ତୁମ୍ଵରେ ଅରସଂଯୋଗ ପର ସିଙ୍ଗଡ଼ା କଣ୍ଟା ଯନ୍ତାଗାଡରେ ଵାଡ଼ିଆ ସରି ରଥ ଚାଲିକୁ ଆସିଅଛି ।