କେନ୍ଦ୍ରାପଡା(ରତ୍ନଗିରି ନ୍ୟୁଜ) :- କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ କମିଟି ତରଫରୁ ପୂର୍ବତନ ମନ୍ତ୍ରୀ ତଥା ପିସିସି ଉପସଭାପତି,ରାଜ୍ୟ କଂଗ୍ରେସ ମିଡିଆ ବିଭାଗ ଅଧକ୍ଷ ଶ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡାରେ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ ଆଜି ଏକ ୪ ଘଣ୍ଟିଆ ରେଳରୋକ ଆନ୍ଦୋଳନ କେନ୍ଦ୍ରାପଡା ରେଳଷ୍ଟେସନ ଠାରେ ଅନୁଷ୍ଟିତ ହୋଇଯାଇଛି।
ଏ ସଂକ୍ରାନ୍ତରେ ଶ୍ରୀ ଯୁକ୍ତ ବେହେରା ଦର୍ଶାଇଛନ୍ତି ଯେ ଯଦି ଓ ରେଳ ଚଳାଚଳ ନିମନ୍ତେ ସମସ୍ତ ୯ ଗୋଟି ରେଳଷ୍ଟେସନ ନିର୍ମାଣ ସରିଛି,ଟ୍ରାଏଲ ରନ ସରିଛି,ଏଚ ଆର ପି ସି ଏଲ ପକ୍ଷରୁ NOC ମିଳିସାରିଛି ଓ ରେଳ ନିରାପତ୍ତା କମିଶନଙ୍କ ପକ୍ଷରୁ ଅନୁମତି ମିଳିସାରିଛି।ତଥାପି ଯାତ୍ରୀବାହୀ ରେଳ ଚଳାଚଳ ନିମନ୍ତେ କର୍ତ୍ତୃପକ୍ଷ ନିଷ୍ପତି ନ ନେବା କେନ୍ଦ୍ରାପଡା ବାସୀଙ୍କ ପାଇଁ ଘୋର ଅବିଚାର ହୋଇଛି ବୋଲି ସେ କହିଛନ୍ତି।
ରେଳ ଆନ୍ଦୋଳନର ଶେଷ ଭାଗରେ ଅତିରିକ୍ତ ଡିଭିଜନାଲ ମ୍ୟାନଜେର ଶ୍ରୀ କଲ୍ୟାଣ ପଟ୍ଟନାୟକ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଶ୍ରୀ ବେହେରା ଓ ଆନ୍ଦୋଳନରତ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ।କଂଗ୍ରେସ ତରଫରୁ ଅତି ବେସି ହେଲେ ଆଗାମୀ ମାର୍ଚ୍ଚ ସୁଦ୍ଧା ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ଦାବି କରାଯାଇଥିଲା।ଶ୍ରୀ ପଟ୍ଟନାୟକ ନିଷ୍ଠାର ସହ ଏହି ସମୟସୀମା ମଧ୍ୟରେ ଯାତ୍ରୀବାହୀ ରେଳ ଚଳାଚଳ ଦାବି ପୂରଣ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।
ଏହି ରେଳରୋକ ଆନ୍ଦୋଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନଗର କଂଗ୍ରେସ ସଭାପତି ରାକେଶ ମହାନ୍ତି,ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା,ଶରତ କୁମାର ବେଉରା,ମୁକ୍ତାର ଖାଁ,ଆକବର ଅଲ୍ଲୀ,ପ୍ରଫୁଲ୍ଲ ଦାଶ,ସମ୍ବିତ ଶ୍ରୀଚନ୍ଦନ,ଆଶିଷ ମେକାପ,ମିର ଖୁର୍ଷିଦ,ସୌମେନ୍ଦ୍ର ପୃଷ୍ଟି,ଗୋପାଳ ଜେନା,ରଶ୍ମିରଞ୍ଜନ ଚୌଧୁରୀ,କମଳାକାନ୍ତ ବେହେରା,ଗଣେଶ ମେକାପ,ଜ୍ଞାନ ରଞ୍ଜନ ସାହୁ,ରତିକାନ୍ତ ସାମଲ,ପରଭେଜ ଅଖତର,ପପି ପଣ୍ଡା,ନିରଞ୍ଜନ ପରିଡା,ଅନନ୍ତ ସ୍ୱାଇଁ,ମହେନ୍ଦ୍ର ପରିଡା,ପ୍ରଦୀପ ନାଥ,ଶେଖ ଅରମାନ,ହିମାଂଶୁ ବେହେରା,ରାଜନ ଛାଟୋଇ,ପ୍ରଭାତ କୁମାର ରତନସିଂ,କଳାକାର ମଲ୍ଲିକ, ନାରାୟଣ ପରିଡା,ପିତାମ୍ବର ଜେନା,ବାବାଜୀ ମଲ୍ଲିକ,ସର୍ବେଶ୍ୱର ବେହେରା,ସର୍ବେଶ୍ୱର ସେଠି,ବିଚିତ୍ର ଲେଙ୍କା,ଶେଖ ହାରୁନ,ରଜନୀକାନ୍ତ ସ୍ୱାଇଁ,ରଘୁନାଥ ସେଠି,ତପନ ପରିଡା,ଆଦିତ୍ୟ ପାଢ଼ୀ,ପରବିନ ଖାଁ,ଫକୀର ସେନାପତି,ଗୋକୁଳି ବେହେରା,ଅମୀର ଅହମ୍ମଦ,ବିକାଶ ମହାନ୍ତି, ଜଗଦୀଶ ସିଂ,ଅନ୍ତର୍ଯ୍ୟାମୀ ସ୍ୱାଇଁ,ଦୟାନିଧି ପରିଡା,ରମେଶ ଦାଶ ପ୍ରମୁଖ ଉପସ୍ଥିତ ଥୁଲେ।
Related Stories
December 1, 2024
November 25, 2024