ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ପଛ ହିଂସା ଛାଡୁ ନଥିବା ଆଜି ମଧ୍ୟ ପ୍ରମାଣିତ ହୋଇଛି । ରାଜ୍ୟରେ ଯେଉଁ ଭଳି ଭାବେ ଗଣମାଧ୍ୟମ ପ୍ରତିନିଧି ପ୍ରତି ଆକ୍ରମଣ କରାଯାଉଛି ତାହାକୁ ଦୃଢ ଭାବରେ କଂଗ୍ରେସ ନିନ୍ଦା କରୁଥିବା କଂଗ୍ରେସ ଗଣମାଧ୍ୟମ ମୁଖ୍ୟ ମନୋଜ ମହାପାତ୍ର କହିଛନ୍ତି । ଏହି ମର୍ମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପତ୍ରରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଯାଜପୁରରେ ଯେଉଁ ଭଳି ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ଆକ୍ରମଣ କରାଯାଇଛି । ତାହା ଆଇନ ଶୃଙ୍ଖଳା ନଥିବା ପ୍ରମାଣ କରୁଛି । ତେଣୁ ଏଥି ପାଇଁ ଯାଜପୁର ଏସ୍ପିଙ୍କୁ ମୁଖ୍ୟତଃ ଦାୟୀ କରାଯାଇ ବହିଷ୍କାର କରାଯିବା ଉଚିତ୍ ।
ସେହିପରି ୫ମ ପର୍ଯ୍ୟାୟରେ ହେବାକୁ ଥିବା ଏହି ଜିଲ୍ଲାର ବରୀ ବ୍ଲକ୍ରେ ବ୍ୟାପକ ହିଂସା ଘଟିବାର ଆଶାଙ୍କ ସୃଷ୍ଟି ହୋଇଛି । ବିଶେଷ କରି ବରୀ, ଅଲ୍ଲୀପୁର, କଳାମାଟିଆ, ଗମୁ ଓ ସେରପୁର ପଞ୍ଚାୟତରେ ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ଉଚିତ୍ । ଏଥି ସହ ଯେଉଁମାନଙ୍କ ନାଁରେ ପୂର୍ବରୁ ନିର୍ବାଚନଦୀ ହିଂସା ଓ ଅପାରାଧିକ ମାମଲା ରହିଛି । ସେମାନଙ୍କୁ ତୁରନତ ଗିରଫ କରାଯିବା ପାଇଁ ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।