ବରୀ(ରତ୍ନଗିରି ନ୍ୟୁଜ) : ସରକାର ଗମନାଗମନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l କଟକ ବଡ଼ ଡାକ୍ତରଖାନା ଯିବାକୁ ହେଉ ଅବା ଯେକୌଣସି ସରକାରୀ କାର୍ଯ୍ୟାଳୟ ଯିବାକୁ ହେଲେ ଧାରପୁର,ଚନ୍ଦନପୁର,ଗୋଳକୁଣ୍ଡ,ସ୍ବଇଁଖଣ୍ଡ,ବାଲିଆ,ଈଶାଣପୁର,ସାହୁପଡ଼ା,ପଞ୍ଚାୟତର ଲୋକମାନେ ସାଧାରଣତଃ ଏହି ରାସ୍ତା ଦେଇ ହିଁ ଯାତାୟତ କରିଥାନ୍ତି l ସେପଟୁ ତାଳୁଆ, ବାଲିକୁଦା, ମୂଷାଟିକିରି, ରଇପୁର, ବଣିଆରି,ବରପଦା, ସାଉଡ଼ିଆ, ନିଆଳି, ଜନକ ପ୍ରଭୃତି ଗ୍ରାମର ଲୋକମାନେ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରି ଏହି ରାସ୍ତା ଦେଇ ଆସୁଥିବା ବେଳେ ଉପରୋକ୍ତ ଗ୍ରାମ ଗୁଡ଼ିକରୁ ଛାତ୍ର/ଛାତ୍ରୀ ମାନେ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟକୁ ଅଧୟନ ପାଇଁ ଆସିଥାନ୍ତି ଅନୁରୂପ ଭାବେ ଉକ୍ତ ରାସ୍ତା ଦେଇ ଚାରି ପାଞ୍ଚ ଗୋଟି ଯାତ୍ରୀବାହି ବସ ଚାଲୁଥିବା ବେଳେ ଆମ୍ବୁଲାନସ ଏ ଟି ଏମ ପରିଚାଳନା ପାଇଁ ପ୍ରତ୍ୟହ ଦୁଇ ତିନିଟି ଗାଡ଼ି ଶିଶୁମନ୍ଦିର ପିଲାମାନଙ୍କୁ ନେବା ଆଣିବା କରିବାକୁ ଗାଡ଼ି ଏବଂ ପ୍ରତେକ ଦିନ ସହ ସହ ଯାନ ବାହାନ ଯାତାୟତ କରୁଥିବାବେଳେ ପ୍ରତେକ ଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି l ବାଲିଆରୁ ବାଲିକୁଦା ଦେଇ ସଡ଼କଟିର ପ୍ରଥମ ଅର୍ଧେକ ଅଞ୍ଚଳ ବରୀ ବ୍ଲକ ଅଧୀନରେ ଥିବା ବେଳେ ଅବଶିଷ୍ଟ ଅଞ୍ଚଳ ବଡ଼ଚଣା ବ୍ଲକ ଅଧୀନରେ ରହିଛି l ବାଲିଆ ଠାରୁ ବଡ଼ଚଣା ବ୍ଲକ ସୀମାନ୍ତ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ନ କହିଲେ ଭଲ ଆଣ୍ଠୁଏ ଆଣ୍ଠୁଏ ଖାଲ, ବଡ଼ ବଡ଼ ଗୋଡ଼ି ଗୁଡିକ ରାସ୍ତାରୁ ଉଠି ଏପରି ବିକ୍ଷିପ୍ତ ହୋଇ ପଡିଛି ଗାଡ଼ି ମଟର କଥା ଅଲଗା ପାଦରେ ଚାଲି ଚାଲି ଯିବା କଷ୍ଟକର ହୋଇପଡୁଛି l କିନ୍ତୁ ପରିତାପର ବିଷୟ ଉକ୍ତ ରାସ୍ତାର ଉର୍ନତି କରଣ କାର୍ଯ୍ୟ ପାଇଁ ପ୍ରଶାସନିକ ଅଧିକାରୀ, ବିଭାଗୀୟ କତୃପକ୍ଷ ବା ନିର୍ବାଚିତ ପ୍ରତିନିଧି କାହାରି ନଜର ନାହିଁ l ବିଭାଗୀୟ କତୃପକ୍ଷ ତୁରନ୍ତ ଉକ୍ତ ରାସ୍ତାର ଉର୍ନତିକରଣ କାର୍ଯ୍ୟ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଛି l
Related Stories
November 3, 2024
November 3, 2024