ବରୀ(ରତ୍ନଗିରି ନ୍ୟୁଜ) : ଆସନ୍ତା ୧୨ ତାରିଖ ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାପାଇଁ ବରୀ ଗ୍ରସ୍ତରେ ଆସୁଥିବାର ସୂଚନା ମିଳିଛି। ମନ୍ତ୍ରୀଙ୍କ ଗ୍ରସ୍ତକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ତପ୍ତରତା ପ୍ରକାଶ ପାଇଛି। ମୁଖ୍ୟତଃ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବରୀ ଗ୍ରସ୍ତ, ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିବାରୁ ଅନ୍ୟ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ବିଭାଗ ପ୍ରତି ଯତ୍ନବାନ ଅଛନ୍ତି ବୋଲି ଅଧିକ ଦେଖେଇ ହେବା ଦେଖିବାକୁ ମିଳିଛି। ସୂଚନା ମୁତାବକ ବରୁହଁl- କଳାମାଟିଆ ରାସ୍ତାର ବରୀ ମାଉଣ୍ଟ ଠାରୁ ଖେମେଶ୍ୱର ଛକ ପର୍ଯ୍ୟନ୍ତ ଥିବା ରାସ୍ତା ସଫା କରାଯିବା ଏବଂ ଖୁଣ୍ଟ ଓ ଉଭୟ ପାର୍ଶ୍ଵରେ ଥିବା ଗଛଗୁଡ଼ିକୁ ରଙ୍ଗ ଦିଆଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯିବାର ମସୁଧା ଚାଲିଛି। ମନ୍ତ୍ରୀ ଆସିଲେ ରାସ୍ତା ଚଳ ଚଞ୍ଚଳ ହୁଏ। ଯାହାକି ଚଳିତ ମାସ ୧୨ ତାରିଖରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ବରୀ ଅଞ୍ଚଳକୁ ପ୍ରଥମ ଥର ପାଇଁ ଆସୁଥିବା ଘଟଣାକୁ ସବୁ ବିଭାଗ ଶାସକ ଦଳର ପାରିବା ପାଣିଆକୁ ମାନ୍ୟବର ମନ୍ତ୍ରୀଙ୍କ ସାମ୍ନାରେ ପରିପ୍ରକାଶ କରିବାର ଅଭିନବ ପ୍ରୟାସ ଜାରି ରଖିଥିବାର ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ବରୀ ମୁଖ୍ୟ ବଜାର ଠାରୁ ବରୀ ବ୍ଲକ କାର୍ଯ୍ୟାଳୟକୁ ସଂଯୋଗି କରଣ କରୁଥିବା ଓ ଉକ୍ତ ରାସ୍ତାଟି ଖାଲ ଖମା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟିବା ଓ ଏହା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ବି ସଂପୃକ୍ତ ରାସ୍ତା ଉପରେ ପୂର୍ତ୍ତ ବିଭାଗ ରାସ୍ତା ମରାମତିକୁ ଗୁରୁତ୍ବ ନଦେଇ ମନ୍ତ୍ରୀଙ୍କ ଗ୍ରସ୍ତକୁ ଆଖି ଆଗରେ ରଖି ରଙ୍ଗ ଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା କାହା ସ୍ୱାର୍ଥରେ ନିହିତ ବୋଲି ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।
Related Stories
November 14, 2024