ବରୀ,୨୭/୦୨(ସମୀସ) : ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ସ୍ୱୟଂ ସହାୟିକ ଗୋଷ୍ଠୀ ଗୁଡ଼ିକୁ ଋଣ ପ୍ରଦାନ କରାଯାଇଥିଲା। ଯେଉଁଥିପାଇଁ ମହିଳା ମାନେ ଏହି ଋଣ ଅର୍ଥରେ ନିଜେ ସ୍ବାବଲମ୍ବୀ ହେବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିଛନ୍ତି। ଆଜି ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଂକୁ ଦିଆଯାଇଥିବା ଋଣର ସୁଧ ରାଶି ଫେରସ୍ତ କରିଛନ୍ତି। ସୂଚନା ମୁତାବକ ବରୀ ବ୍ଲକ ର ୧୦୭୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ୪୨୬୦୯୭୬ ଟଙ୍କା ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ବ୍ଲକ ପରିସରରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି ଉପାଧ୍ୟକ୍ଷl ଅର୍ଚ୍ଚନା ମଲିକ, ବିଡ଼ିଓ ପଞ୍ଚାନନ ମଲ୍ଲିକ ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି, ଶିଶୁ ପ୍ରକଳ୍ପ ଅଧିକାରିଣୀ ସଂଗୀତା ଏଡା, ଜିଲ୍ଲାପରିଷଦ ସଭ୍ୟ ଅଶୋକ ସାମଲ, ଯୋଛାନା ରାଣୀ ନାଥଶର୍ମା, ସରପଞ୍ଚ ଧୀରେନ୍ଦ୍ର ଜେନା, ସରପଞ୍ଚ ଜଗଦୀଶ ଜେନା, ସରପଞ୍ଚ ମାନସ ଯେନା ମଞ୍ଚରେ ଉପସ୍ଥିତ ଥିବା ବେଳେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଆଜିର କର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସରକାର ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ଓ ସାମାଜିକ କ୍ଷେତ୍ରରେ ସହାୟତା ପ୍ରଦାନ କରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ଧନ୍ୟବାଦର ପାତ୍ର ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡି ମତ ରଖିଥିଲେ।
Related Stories
October 2, 2024