ଭୁବନେଶ୍ବର, ୨୪/୦୯( ରତ୍ନଗିରି ନ୍ୟୁଜ) : ସାରା ଓଡ଼ିଶାରେ ଖବର ଦେଉଥିବା ବ୍ୟକ୍ତିଟି ଆଜି ଓଡ଼ିଶାର ଖବର ଦୁନିଆରେ ବିଗ ବ୍ରେକିଂ ପାଲଟି ଯାଇଛି । ଜଣେ ସାହସୀ, ନିର୍ଭିକ ସାମ୍ବାଦିକ ଭାବେ ପ୍ରତିଟି ଘରେ ଘରେ ପରିଚିତ ଥିବା ଅରିନ୍ଦମ ଦାସଙ୍କୁ ଆଉ ଗ୍ରାଉଣ୍ଡ ଜିରୋ ରୁ ଦେଖିବାକୁ ମିଳିବନି।ଖବର ସଂଗ୍ରହ କରିବାକୁ ଯାଇଥିବା ଅରିନ୍ଦମ ସମସ୍ତଙ୍କ ପାଇଁ ଖବର ପାଲଟିଗଲେ। ଫାଇଲିନ ହେଉ କି ଫନି… ହୁଡୁହୁଡୁ ହେଉ କି ସୁନାମି ସବୁଠି ଗ୍ରାଉଣ୍ଡ ଜିରୋ ରେ ଦେଖିବାକୁ ମିଳିଥିଲା । ଯିବା ସାମ୍ୱାଦିକ ମାନଙ୍କ ପାଇଁ ପ୍ରେରଣା ଆଦର୍ଶ ପାଲଟିଥିବା ଅରିନ୍ଦମ ଙ୍କୁ।ଆଜି ମହାନଦୀର ମୁଣ୍ଡୁଳି ଠାରେ ହାତୀଙ୍କୁ ଉଧାର କରିବାକୁ ଯେଉଁ ଅପରେସନ ଜାରି ରହିଥିଲା ବିପଦଜନକ ଭାବେ ତାହାର ଚିତ୍ର ଉତ୍ତୋଳନ କରୁଥିଲେ କ୍ୟାମେରା ପର୍ସନ ପ୍ରଭାତ ସିଂହlଙ୍କ ସହ। ମହାନଦୀର ଅକାତ କାତ ପାଣି ଭିତରେ ହଠାତ୍ ଓଲଟି ପଡିଥିଲା ଓଡ୍ରାଫ ଟିମ୍ ବୋଟ୍ ଟି। ଆଉ ସେଥିରେ ହିଁ ଲିଭି ଯାଇଥିଲା ସମସ୍ତଙ୍କୁ ଖବର ଯୋଗାଉଥିବା ନିର୍ଭୀକ ସାମ୍ୱାଦିକ ଅରିନ୍ଦମଙ୍କ ଜୀବନ ଦୀପ।
କ୍ରାଇମ ରିପୋର୍ଟର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅରିନ୍ଦମ କ୍ରାଇମ ସହ ଡିଜାଷ୍ଟର ରିପୋର୍ଟର ଭାବେ ନିଜର ସ୍ଵତନ୍ତ୍ର ପରିଚୟ ଶୃଷ୍ଟି କରିପାରିଥିଲେ ସେ। ବନ୍ୟା, ବାତ୍ୟା କୁ ଖାତିର ନକରି ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳୁଥିଲା ଜଣେ ଦୁଃସାହସୀ ସାମ୍ବାଦିକ ଭାବେ। ଅତିରିକ୍ତ ଦାୟିତ୍ଵ ନେଇ ଆଗେଇ ଆସୁଥିଲେ ସେ।ହେଲେ ଆଜି ସମସ୍ତଙ୍କ ପାଇଁ ଖବର ପାଲଟିଗଲେ ଅରିନ୍ଦମ l ଏପରିକି ଆଜି ମଧ୍ୟ ମରଣ ମୁହଁରେ ପଡ଼ି ସେ ସମ୍ବାଦ ପରିବେଷଣରୁ ଅଟକି ଯାଇନଥିଲେ। ଅନ୍ୟମାନେ କିପରି ଉଦ୍ଧାର ହେବେ ତାହା ଉପରେ ସେ ଗୁରୁତ୍ୱ ଦେଉ ଦେଉ ହଠାତ୍ ମହାନଦୀର ଘୋ ଘୋଗର୍ଜନରେ ସେ ନିରବି ଯାଇଥିଲେ। ରତ୍ନଗିରି ପରିବାର ତରଫରୁ ଏହି ଦିବ୍ୟଙ୍ଗତ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି। ଆଲବିଦ ଅରିନ୍ଦମ।