କେନ୍ଦ୍ରାପଡା (ରତ୍ନଗିରି ନ୍ୟୁଜ)୧୭/୦୧: ଶୁଣିଲେନି ସରକାର l ଶେଷରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ l ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ l ଦୀର୍ଘ ଚାଳିଶି ବର୍ଷରୁ ଉର୍ଦ୍ଧ୍ବ ହେବ ବ୍ରାହ୍ମଣି ବନ୍ୟା ନଦୀବନ୍ଧ ରାସ୍ତା ଦେଇ ରାଜନଗର ରୁ କଟକ ଭୁବନେଶ୍ୱର ବସ୍ ଚଳାଚଳ କରୁଥିଲା l ଏଇ ତିନି ବର୍ଷହେବ ପଟ୍ଟାମୁଣ୍ଡାଇ ରୁ ମଦନପୁର କଲେଜ ରାସ୍ତା ଦେଇ ବସ୍ ଚଳାଚଳ କରୁଥିବାରୁ ବନ୍ୟା ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ସାତଟି ପଞ୍ଚାୟତର 30ଟି ଗାଁର ହଜାର ହଜାର ଲୋକମାନେ ସ୍କୁଲ କଲେଜ ଅଫିସ୍ କାର୍ଯ୍ୟାଳୟ ଯିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାସହ ଅଟୋ ରିକ୍ସାରେ ବହୁତ ଖର୍ଚ୍ଚାନ୍ତ ହେଉଛନ୍ତି। ଏନେଇ ଏହି 30ଟି ଗ୍ରାମର ଲୋକମାନେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ରୁତୁରାଜ ଓ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ ।
ଆଗରୁ ଅଞ୍ଚଳବାସୀ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଅଭିଯୋଗକୁ ଭିତ୍ତି କରି ବିଭାଗୀୟ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ ରାସ୍ତାର ମରାମତି ହେଲେ ବସଚଳାଚଳ କରିବ କିନ୍ତୁ ଏବେ 12 ଲକ୍ଷ୍ୟ ଟଙ୍କା ବ୍ୟୟରେ ରାସ୍ତାର ମରାମତି କରାଯାଇଥିବା ବେଳେ ବସ୍ ଚଳାଚଳ ନହେବା କାରଣରୁ ସୋମବାରଦିନ ସାତଟି ପଞ୍ଚାୟତର ଶହ ଶହ ଲୋକମାନେ ତଳପଟ ରାସ୍ତା ଶାସନ ଛକ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି। ଏଜାଏ କୈାଣସି ବିଭାଗୀୟ ଅଧିକାରୀ ନ ଆସିବା କାରଣରୁ ସାଧାରଣ ପଥଚାରୀ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କେନ୍ଦ୍ରାପଡାରୁ ଲିଙ୍ଗରାଜ କରଙ୍କ ରିପୋର୍ଟ ରତ୍ନଗିରି ନ୍ୟୁଜ୍