ଭୁବନେଶ୍ୱର (ରତ୍ନଗିରି ନ୍ୟୁଜ): ଖଜୁରୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗଂଜୁଗୁଡା ଗ୍ରାମର ଜଣେ ବୟସ୍କ ମହିଳା ଧନମତି ମଲିକଙ୍କ ଅସୁସ୍ଥତା କାରଣ ରୁ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ରେ ଅଣାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। କିନ୍ତୁ ଖଜୁରୀପଡା ଡାକ୍ତରଖାନାରେ ଶବବାହକ ଗାଡିର ବ୍ୟବସ୍ଥା ନଥିବା ବେଳେ ବାଧ୍ୟହୋଇ ପରିବାର ଲୋକେ ୩ କିଲୋମଟର ଦୂର ଗଂଜୁଗୁଡା ଗ୍ରାମରୁ ଯାଇ ଏକ ଖଟିଆ ଆଣିବା ସହ ମେଡିକାଲ ଭିତରୁ ହିଁ ରାଜରାସ୍ତାରେ ଖଟିଆ ସହାୟତାରେ ଶବ ନେଇ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ରାଜରାସ୍ତାରେ ଖଟିଆରେ ଶବ ନେବାକୁ ନେଇ ଜନସାଧାରଣ ସରକାରୀ କଳକୁ ଦାୟୀ କରିଛନ୍ତି। ସରକାର ଜନ୍ମ ଠାରୁ ଆରମ୍ଭ କରି ମଶାଣି ଯାଏଁ ବିଭିନ୍ନ ଯୋଜନା କରୁଥିବା ବେଳେ ଆଜି ଦିନରେ ଏଭଳି ଖଟିଆରେ ଶବ ନେବା କେତେଦୂର ଠିକ୍ ତାହା ହିଁ ଏବେ ବି ଚର୍ଚ୍ଚା ଜୋର ଧରିଛି l
Related Stories
October 2, 2024