ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଗନ୍ଧଳା ପଞ୍ଚାୟତ ସୁନ୍ଧିମୁଣ୍ଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟ କୋଠରିରେ ପଡ଼ି ରହିଛି ଏକ ଅଜଣା ମୃତ ଦେହ l ଏଠାରେ ପଡି ରହିଥିବା ମୃତ ଦେହଟି ଦୁଇ ରୁ ତିନି ଦିନ ହେବ ବୋଲି ଅନୁମାନ କରାଯାଉଛି । ବ୍ୟବହାର ନ ହୋଇ ପଡ଼ି ରହିଥିବା ସ୍କୁଲ କୋଠରି ରୁ ଦୁର୍ଗନ୍ଧ ବାହାରୁ ଥିଲା ବେଳେ ସ୍କୁଲ ପରିସର କୁ ଖେଳି ଯାଇଥିବା ଛୋଟ ଛୋଟ ଛୁଆ ମାନେ ପ୍ରଥମେ ଦେଖିଥିଲେ। କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବା ବେଳେ ଆସୁ ନାହାନ୍ତି ଛାତ୍ର ଛାତ୍ରୀ l ହେଲେ ଦାୟୀତ୍ଵ ରେ ଥିବା ସ୍କୁଲ ଶିକ୍ଷକ ମାନେ ସ୍କୁଲକୁ ନ ଆସିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସିନ୍ଧେକେଲା, ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ପୋଲିସ ଏବଂ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ଶତପଥୀଙ୍କ ସହିତ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼କୁ ପଠାଇଛି l ତେବେ ମୃତ ଯୁବତୀ ର ବୟସ ୨୩ ରୁ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି l ଏହା ଏକ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ସନ୍ଧେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି l ଯୁବତୀ ଜଣଙ୍କ କିଏ ଓ ତାଙ୍କ ଘର କେଉଁଠି ଜଣାପଡି ନାହିଁ ।
Related Stories
February 14, 2024