ପାଇକମାଳ(ରତ୍ନଗିରି ନ୍ୟୁଜ)୨୩।୧୨ :- ବରଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡସ୍ ଏବଂ ଓଡ଼ିଶା ସରକାରଙ୍କ “ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ” ର ମିଳିତ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲା , ପାଇକମାଳ ବ୍ଲକ ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ପାଇକମାଳ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ର ସଦସ୍ୟ ମାନଙ୍କ ନେତୃତ୍ୱ ରେ ଗୁରୁବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଯୋଗଦାନ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ , ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ, ପାଇକମାଳ ବ୍ଲକ ଉନ୍ନୟନ ଅଫିସର ଉପାଞ୍ଜଳି ମାଝୀ, ବରଗଡ଼ ଜିଲ୍ଲା ସ୍କାଉଟ୍ ଓ ଗାଇଡ ମୁଖ୍ୟ ଆଶୁତୋଷ ଦେ, ପାଇକମାଳ ସରପଞ୍ଚ ଧବଳେଶ୍ଵର ସାହୁ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ ଓ ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ ପ୍ରମୁଖ ଯୋଗଦାନ ଦେଇଥିଲେ ।ବୁର୍ଲ୍ଲ ରକ୍ତଭଣ୍ତାର ର କମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ରକ୍ତଦାନ ଶିବିରରେ ସର୍ବମୋଟ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ସମାପନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ମୂଖ୍ୟବକ୍ତା ଭାବେ ସହ ଶିକ୍ଷା ଅଧିକାରୀ ଛତ୍ରପରୁ ସାହୁ, ଯାଗଦାନ କରିଥିଲେ । ପାଇକମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ବାଦସ ପ୍ରଧାମ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡୋଲାମଣି ମାହାର ମଞ୍ଚ ପରିଚାଳନା କରିଥିଲେ । ତ୍ରୀଲୋଚନ ନାୟକ ଧନ୍ୟବାଦ ଦେଇଥିଲେ । ଲୋଙ୍ଗରାଜ ସାହୁ, ଭବାନି ଶଙ୍କର ଭୋଇ, ପ୍ରମୋଦ ପ୍ରଧାନ, ସୁଶାନ୍ତ ସାହୁ, ସନ୍ତୋଷ ହଂସ, ସୁଦର୍ଶନ ମହାକୁଡ, ଅକ୍ଷୟ ସାହୁ, ହେମସାଗର ସାହୁ, ନାରାୟଣ ସାହୁ, ଦିନବନ୍ଦୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।