ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ) :- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ ଅଞ୍ଚଳରେ ବ୍ଳକ ସ୍ଥରୀୟ କ୍ରୀଡ଼ା ପ୍ରତିଯୋଗିତା ଶେଷ ହୋଇଯାଇଛି । ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ବାଦି ଆମ୍ବ ଗାଁଠାରେ ଏହି କ୍ରୀଡ଼ା ଆରମ୍ଭ ହୋଇଥିଲା ।ସ୍ଥାନୀୟ ଖେଳ ପଡିଆ ଠାରେ ନେହୁରୁ ଯୁବ କେନ୍ଦ୍ର ସଙ୍ଗଠନ ବ୍ରହ୍ମପୁର ଏବଂ ସାହାଯ୍ୟ ପ୍ରାପ୍ତ ପାଠାଗାର,ରାଳବ ଗ୍ରାମର ମିଳିତ ଆନୁକୁଲ୍ୟରେ ଏହି ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗତ ୨୪/୧୨ ତାରିଖରେ ଆରମ୍ଭ ହୋଇ ଯାଇଛି । ଉକ୍ତ ପ୍ରତିଯୋଗିତାରେ ବ୍ଲକର ବିଭିନ୍ନ ଗ୍ରାମରୁ ୧୫୦ ରୁ ଉର୍ଦ୍ଧ କ୍ରୀଡାପ୍ରେମୀ ମାନେ ଆସିଥିଲେ । ଏହି ପ୍ରତିଯୋଗିତାରେ ଉଭୟ ଜୁନିଅର ବାଳକ ଓ ବାଳିକା ୧୦୦ ମିଟର ଦୌଡ ,୪୦୦ମିଟର ଦୌଡ , ଲମ୍ବା ଡିଆଁ ,ଉଚ୍ଚା ଡିଆଁ ,ସଟଫୁଟ, ଡିସ୍କାସ ଥ୍ରୋ , ଭଲିବଲ, ଓ କବାଡି ଖେଳ ପ୍ରତିଯୋଗିତାରେ ଅଶଂ ଗ୍ରହଣ କରିଥିଲେ ।
ସେହିଭଳି ସିନିୟର ବାଳକ ଓ ବାଳିକା ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନେହୁର ଯୁବ କେନ୍ଦ୍ର( ବ୍ରହ୍ମପୁର ଗଞ୍ଜାମ )ର ଅଧିକାରୀ ଅକ୍ଷୟ ନିପାନେ ,ସମ୍ମାନୀୟ ଅତିଥି ଭାବେ ରାଳବ ପାଠାଗାର ର ସଭାପତି ଅଚ୍ଯୁତା ନନ୍ଦ ପରିଡ଼ା ,ମୁଖ୍ଯବକ୍ତା ଭାବେ ସାପୁଆପଲ୍ଲୀ ସରକାରୀ ବିଦ୍ୟାଳୟର ଦୁର୍ଗା ମାଧବ ପଣ୍ଡା ,ସମ୍ମାନିତ ଅତିଥି ଭାବେ ରାମଚନ୍ଦ୍ର ତ୍ରିପାଠୀ ଯୋଗଦେଇ ମୋଟରେ ୪୨ ଜଣ ଙ୍କୁ ପୁରସ୍କୃତ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପାଠଗାର ସଦସ୍ୟ ଗଗନ ବିହାରୀ ଭଉଳ ,ବସନ୍ତ ପରିଡା ଓ ନୀଳା ଭଉଳ ପ୍ରମୁଖ ଉପସ୍ଥିତ ରହିଥିଲେ ।