ହିଞ୍ଜିଳିକାଟୁ(ରତ୍ନଗିରି ନ୍ୟୁଜ) ବୀଣାପାଣି ପୋଲlଇ :- ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବେ ଓଡିଶାରେ ରହିଥିବା ବେଳେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିରେ ବିକାଶ ରାଜ୍ୟର ଶୀର୍ଷ ସ୍ଥାନ ଛୁଇଁଥିବା କୁହାଯାଉଛି । ଫଳରେ ଅଚଂଳର ବିଭିନ୍ନ ବିକାଶକୁ ପରିଦର୍ଶନରେ ୧୧୦ଜଣ ବିଧାୟକ ସମତେ ବହୁ ମନ୍ତ୍ରୀ ସାଂସଦ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ହିଞ୍ଜିଳି ଗ୍ରସ୍ତରେ ଆସି ଦେଖିଥିଲେ ।ତନ୍ମଧ୍ୟରୁ ଏକ ବିକାଶ ପୋଖରୀ ସୌନ୍ଦର୍ଯ୍ୟରେ ଭରପୁର ହିଞ୍ଜିଳି ଦେଉଳବନ୍ଧ ଅନ୍ଯତମ ଭାବେ ବାରମ୍ବାର ପରିଦର୍ଶନର ସ୍ଥଳୀ ଚିହ୍ନଟ କରାଯାଇଛି । ପ୍ରକାଶ ଏହାଯେ ଗତ ବୃୟାରୀ ୧୧ ତାରିଖରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରନ୍ସ ଜରିଆରେ ପୌରାଞ୍ଚଳର ପ୍ରାୟ ୧କୋଟି ୬୨ଲକ୍ଷ ୭୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଦେଉଳବନ୍ଧ ସମେତ ୧୪ଟି ଉନ୍ନୟନ ପ୍ରକଳ୍ପକୁ ସହରବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ l ସମ୍ଭlବ୍ଯ ବାତ୍ୟା ଜଓ୍ଵାଦ ଯୋଗୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ବାତିଲ କରାଯାଇଥିବା ବେସରକାରୀ ଭାବେ ଜଣାପଡିଥିବା ବେଳେ ହିଞ୍ଜିଳି ଅଚଂଳର ବାସିନ୍ଦା ନିଜ ଅଞ୍ଚଳର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହିଞ୍ଜିଳି ସହରରେ ଅନୁପସ୍ଥିତି ଅନୁଭବ କରିଥିଲେ । ବହୁ ଟଙ୍କା ବ୍ୟୟରେ ନିର୍ମିତ ପୋଖରୀ ସୌନ୍ଦର୍ଯ୍ୟକରଣରେ ଚଲାପଥ ଭୁଷୁଡି ଯାଇଥିବା ବେଳେ ନିମ୍ନମାନର କାର୍ଯ୍ଯକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।
ଚଳିତ ବାତ୍ୟା ଜଓ୍ଵାଦ ପ୍ରଭାବରେ ସକାଳୁ ସକାଳୁ ହିଞ୍ଜିଳି ଦେଉଳବନ୍ଧ ଗାର୍ଡଓ୍ବାଲ ପ୍ରାୟ ୧୦୦ଫୁଟ ଭୁଷୁଡି ଯାଇଛି। ଦେଉଳବନ୍ଧ ଉପର ଆଖିକୁ ସୁନ୍ଦର ଓ ଚକଚକିଆ ଦେଖାଯାଉଥିବା ବେଳେ ଭିତରେ ଫମ୍ପା ଭଳି ଗାଡ଼ୱାଲ ଭୁଷୁଡ଼ିବା ଘଟଣାରୁ ସୂଚିତ କରୁଛି । ସହର ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡ଼ିକରେ ଉନ୍ନତ ମାନର କରାଯିବା ପାଇଁ ପର୍ଯ୍ୟlପ୍ତ ପରିମାଣର ପାଣ୍ଠି ବିନିଯୋଗ କରାଯାଉଛି । କିନ୍ତୁ ମୂଳୁରୁ ଚୂଳ ଯାଏଁ ସାମୁହିକ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥ ହାସଲ ଦିଗରେ ମସୁଧା ଚଳାଇ ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ପଦାରେ ପଡିଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ରାଜନୈତିକ ପ୍ରୋସାହନ ଓ ଉପରିସ୍ଥ ଅଧିକାରୀଙ୍କ ଛତ୍ରଛାୟା ତଳେ ଯନ୍ତ୍ରୀ – ଠିକାଦାର ଅସାଧୁ ଉପାୟରେ କୋଟି କୋଟି ଟଙ୍କା ପ୍ରକଳ୍ପରେ ଖୋଲାଖୋଲି ଦୁର୍ନିତିକୁ ପ୍ରଶୟ ଦେଉଥିବା କୁହାଯାଉଛି । ଯେଉଁ ଦେଉଳବନ୍ଧ ପରିଦର୍ଶନରେ ରାଜ୍ୟ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଘନ ଘନ ଗସ୍ତ କରି ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରୁଥିବା ବେଳେ , ଦେଉଳବନ୍ଧର ଗାଡ଼ୱାଲ ଭୁଷୁଡ଼ିବା ଘଟଣାରୁ ବିକାଶର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । \ ଦେଉଳବନ୍ଧ ଗାଡ଼ୱାଲ ଭୁଷୁଡ଼ିବା ଘଟଣାର ଗୁଣାତ୍ମକ କାର୍ଯ୍ୟ ଏବଂ ସ୍ଥାୟୀତ୍ବ ଉପରେ ସନ୍ଦେହ ହିଞ୍ଜିଳି ଅଚଂଳରୁ ଶୁଣିବାରେ ମିଳୁଛି । ଖବରଲେଖା ସୁଦ୍ଧା ଘଟଣା ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।