ଭୁବନେଶ୍ୱର(ରତ୍ନଗିରି ନ୍ୟୁଜ) : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସର ରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ଆତିଥୀ ଭାବେ ଆପ୍ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର ଉଦଘାଟନ କରି ରକ୍ତଦାନ କରିଥିଲେ । ଡେଙ୍ଗୁ ପାଇଁ ରାଜଧାନୀ ରେ ପ୍ଲାଟଲେଟର ଅଭାବ ଥିଲାବେଳେ, ଆଜିର ଏହି ରକ୍ତଦାନ ଶିବିର ଜନ ସାଧାରଣ ଙ୍କୁ ସାହାଯ୍ୟ କରିବ ବୋଲି ଶ୍ରୀଯୁକ୍ତ ମହାପାତ୍ର ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମ ରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ସୂଚନାଯୋଗ୍ୟ, ଆପ୍ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆଜି ରକ୍ତଦାନ ଶିବିରର ଆୟୋଜନ କରାଯାଇଅଛି ।ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆପ୍ ରାଜ୍ୟ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ , ଆପ୍ ଖୋର୍ଦ୍ଧା ଜିଲ୍ଲା ଆବାହାକ ଶୁଭାଶିଷ ସ୍ୱାଇଁ , ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁନିଲ ସଡ଼ଙ୍ଗୀ , ଭୁବନେଶ୍ୱର ମହାନଗର ସଭାପତି ଜୟସୂର୍ୟ୍ଯ କାନୁନଗୋ,ରାଜ୍ୟ ଯୁବସଭାପତି ସୋମନାଥ ରାଉତ,ଯୁବନେତା ଅମୀୟ ଶର୍ମା,ଶ୍ରୀଧର ସାହୁ,ଦେବାଶିଷ ମହାପାତ୍ର,ଚନ୍ଦ୍ରଭାନୁ ମନ୍ତ୍ରୀ,ମହମ୍ମଦ ଆମିରୁଦ୍ଦିନ,ମୁଖତାର ଖାଁ,ପ୍ରମୋଦ ନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ।
Related Stories
December 1, 2024
November 25, 2024