ବରୀ (ରତ୍ନଗିରି ନ୍ୟୁଜ) :-ଯାଜପୁର ଜିଲ୍ଲା ବରୀ ବ୍ଲକ୍ର ଧାରପୁର ପଞ୍ଚାୟତର ସମାଜସେବି ତଥା ଅବସରପ୍ରାପ୍ତ ରାଜସ୍ୱ ପର୍ଷଦର ବରିଷ୍ଠ କିରାଣୀ ସୁବାଷ ଚନ୍ଦ୍ର ଜେନାଙ୍କର ୭୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଜେନା ନିଜ କଟକସ୍ଥିତ ବାସଭବନରେ ରହିଥିବା ସମୟରେ ଗତ ରବିବାର ସକାଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଖବର ପାଇ ବଡ ପୁଅ ତଥା ବରୀ ପଞ୍ଚାୟତ ସମିତିର ନବ ନିର୍ବାଚିତ ସମିତିସଭ୍ୟ ସଞୀବ କୁମାର ଜେନା ପଂହଁଚି ଅଶ୍ୱିନି ହସ୍ପିଟାଲକୁ ନେଇ ଯାଇଥିଲେ ।
ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ସ୍ୱର୍ଗତ ଜେନାଙ୍କ ବିୟୋଗ ଖବର ପ୍ରଚାରିତ ହେବା କ୍ଷଣି ତାଙ୍କ ଧାରପୁରସ୍ଥିତ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଭିଡ ଜମିଥିଲା । ସ୍ୱର୍ଗତ ଜେନାଙ୍କ ଶବାଧାର ଗାଁରେ ପଂହଁଚିବା କ୍ଷଣି ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ଶସ୍ମାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡପୁଅ ସଞ୍ଜୀବ ମୁଖାଗ୍ନୀ ଦେଇଥିବାବେଳେ ସାନପୁଅ ସୁବ୍ରତ ଓ ଝିଅଜ୍ୱାଇଁ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ଜେନା ରାଜସ୍ୱ ପର୍ଷଦ କଟକରେ ନିଜର କର୍ମମୟ ଜୀବନ ଆରମ୍ଭ କରି ଅବସର ଗ୍ରହଣ କରିଥିଲେ । ତାଙ୍କର ସେବା ମନୋବୃତ୍ତି ପାଇଁ ଉଚ୍ଚ ପଦାଧିକାରୀମାନଙ୍କ ଦ୍ୱାରା ସେ ବହୁବାର ପ୍ରଶଂସିତ ହୋଇଥିଲେ ।