ବରୀ(ରତ୍ନଗିରି ନ୍ୟୁଜ) : ବରୀ ସମାଜ ପ୍ରତିନିଧି ପ୍ରତାପ ଦାସଙ୍କ ମାଆ ହେମଲତା ଦାସଙ୍କ ଗତ ସୋମବାର ଦିନ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତା ଦାସ ଜଣେ ମିଷ୍ଠଭାଷୀ ଓ ଧର୍ମ ପାରାୟଣ ମହିଳା ଭାବେ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରି ନିଜର ସ୍ୱତନ୍ତ୍ର ପରିଚୟ ଅଞ୍ଚଳରେ ସୃଷ୍ଟି କରିପାରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବରୀ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ରାଜନୈତିକ ନେତୃମଣ୍ଡଳୀ ତାଙ୍କ ଗମୁ ସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବାର ଦେଖିବାକୁ ମିଳିଛି । ଶେଷରେ ମୃତଦେହକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଶେଷ କୃତ ସମ୍ପର୍ଣ୍ଣ କରାଯାଇଥିଲା । ନାତି ହରି ଶଙ୍କର ଦାସ ମୁଖାଗ୍ନି ଦେଇଥିଲେ ।
Related Stories
November 14, 2024