ଭୁବନେଶ୍ୱର (ରତ୍ନଗିରିନ୍ୟୁଜ) ୧୬/୨: ଆମ୍ ଆଦମୀ ପାର୍ଟି ସଂସ୍ଥାପକ ସଦସ୍ୟ, ରାଷ୍ଟ୍ରୀୟ ପରିଷଦର ସଦସ୍ୟ ତଥା ଯୁବ ସଙ୍ଗଠକ ଶ୍ରୀ ନାରାୟଣ ମାଝୀଙ୍କ ମସ୍ତିଷ୍କରେ ଆଘାତ ଯୋଗୁଁ ସେ ବୁର୍ଲା ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ଘଟିଛି। ସାମାଜିକ କର୍ମୀ ତଥା ସୂଚନା ଅଧିକାର କର୍ମୀ ଭାବରେ ସେ ସୁନ୍ଦରଗଡ ଜିଲ୍ଲାରେ ବହୁ ସୁନାମ ଅର୍ଜନ କରିଥିଲେ। ମିଷ୍ଟଭାଷୀ, ପରୋପକାରୀ ,ଉଦାର ମଣିଷ ଭାବରେ କର୍ମକ୍ଷେତ୍ରରେ,ସାମାଜିକ ତଥା ବନ୍ଧୁ ମହଲରେ ବେଶ ପରିଚିତ ଥିଲେ। ଅସମୟରେ ତାଙ୍କର ନିଧନ ଖବର ପାଇ ଅସଂଖ୍ୟ ଶୁଭେଚ୍ଛୁ ତଥା ଆପ୍ ଓଡିଶା ପରିବାର ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ଏବଂ ଅମର ଆତ୍ମାର ସଦଗତି ତଥା ଏହି ଅପୁରଣୀୟ କ୍ଷତି ସମୟରେ ପରିବାର ବର୍ଗଙ୍କୁ ସାହସ ପ୍ରଦାନ କରିବା ନିମନ୍ତେ ଈଶ୍ବରଙ୍କ ଆଶିଷ କାମନା କରିଛନ୍ତି।
Related Stories
December 1, 2024
November 25, 2024