ଭୁବନେଶ୍ୱର(ରତ୍ନଗିର ନ୍ୟୁଜ) :-ଶ୍ରୀମତୀ ସରୋଜିନୀ ଖୁଣ୍ଟିଆ ହେଉଛନ୍ତି ଭୁବନେଶ୍ୱର ପାଇଁ ଆପ୍ ମେୟର ପ୍ରାର୍ଥୀନୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ ଓଡ଼ିଶା ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ତାଙ୍କ ନାମ ଘୋଷଣା କରିଛନ୍ତି । ସରୋଜିନୀ ଖୁଣ୍ଟିଆ ଜଣେ ସାଧାରଣ ଘରର ଗୃହିଣୀ । କିନ୍ତୁ ବହୁ ଆଗରୁ ସେ ଇଣ୍ଡିଆ ଏଗେନ୍ଷଟ କରପସନ୍ ସହ ସାମିଲ୍ ଥିଲେ । ତାଙ୍କର ସମଗ୍ର ପରିବାର ଆରମ୍ଭରୁ ବିଭିନ୍ନ ସାମାଜିକ ଆନ୍ଦୋଳନ ସହ ସାମିଲ୍ ରହି ଆସିଛନ୍ତି । ଫାଇଲିନ୍ ପିଡିତଙ୍କ ଗୃହ ନିର୍ମାଣ ପାଇଁ ବିଶ୍ଵବ୍ୟାଙ୍କରୁ ଆସିଥିବା ଟଙ୍କା ଖର୍ଚ୍ଚରେ ଅହେତୁକ ବିଳମ୍ବ ବିରୁଦ୍ଧରେ ସେ ସାତପଡା ଠାରୁ ଭୁବନେଶ୍ଵର ପଯ୍ୟନ୍ତ ହୋଇଥିବା ପଦଯାତ୍ରା, ଧାରଣା, ମନ୍ତ୍ରୀଙ୍କ ନିବାସ ଆଗରେ ଧାରଣା ଓ ଅନଶନରେ ସାମିଲ ଥିଲେ । ଭୁବନେଶ୍ୱର ଓ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ହୋଇଥିବା ମଦମୁକ୍ତି ଆନ୍ଦୋଳନରେ ଲଢୁଆ ସାଥୀ ସରୋଜିନୀ ଖୁଣ୍ଟିଆ ସାମିଲ ଥିଲେ ।
ଭୁବନେଶ୍ୱର ମହାନଗର ନିଗମ ପାଇଁ ଆପ୍ ତରଫରୁ ଜାରି ହୋଇଥିବା ୬ଟି ବିନ୍ଦୁ ବିଶିଷ୍ଟ ଏକ ଇସ୍ତାହାରର ପ୍ରତ୍ୟେକ ବିନ୍ଦୁ ଉପରେ କାମ କରିବା ପାଇଁ ସେ ଆପଣଙ୍କ ଭୋଟ ଓ ସହଭାଗିତା ଭିକ୍ଷା କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ସହ ସାଧାରଣ ସମ୍ପାଦକ ସୈମ୍ୟରଞ୍ଜନ ସ୍ଵାଇଁ,ରାଜ୍ୟ ପ୍ରବକ୍ତା ରଙ୍ଗାଚରଣ ପ୍ରଧାନ, ପ୍ରବକ୍ତା ଜୟସୂର୍ୟ୍ୟ କାନୁନଗୋ, ପବିତ୍ର ମୋହନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟି ତରଫରୁ ଭୁବନେଶ୍ୱର ମହାନଗର ନିଗମ ପାଇଁ ନିର୍ବାଚନ ଇସ୍ତାହାର ଜାରି କରା ଯାଇଥିଲା ।