ବରୀ (ରତ୍ନଗିରି ନ୍ୟୁଜ) ୧୮/୧୨:- ଅଲିପୁର ସିଦ୍ଧ୍ଧେଶ୍ବରୀ ଠାକୁରାଣୀ ସମ୍ମୁଖ ପ୍ରାଙ୍ଗଣରେ ବରୀଦ୍ବୀପାଞ୍ଚଳ ଉନ୍ନୟନ ପରିଷଦର 22ତମ ପ୍ରତିଷ୍ଠା ଦିବସ ସଭାପତି କୁଳମଣି ଶୁକ୍ଳଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲା | ସ୍ୱାଧୀନତାର ଦୀର୍ଘ 75ବର୍ଷରେ ନଦୀନାଳ ଭରା ବରୀ ବ୍ଲକ ବର୍ଷା, ବନ୍ୟା, ବାତ୍ୟାର ଯନ୍ତ୍ରଣାରେ ଜର୍ଜରିତ |ବ୍ରାହ୍ମଣୀର ଦକ୍ଷିଣ ପାର୍ଶ୍ୱରେ ଦୁର୍ନୀତିଯୁକ୍ତ ସରକାରୀ କର୍ମଚାରୀଙ୍କ ଦ୍ୱାରା ହୋଇଥିବା ଘେରିବନ୍ଧ ପ୍ରତ୍ୟେକ ବର୍ଷ ଭାଙ୍ଗୁଛି ଏବଂ ବାମ ପାର୍ଶ୍ୱରେ ବନ୍ୟାନିୟନ୍ତ୍ରଣ ନଥିବାରୁ ଧାନ, ବିରି, ବାଦାମ ପ୍ରତ୍ୟେକ ବର୍ଷ ନଷ୍ଟ ହେଉଛି |ଚାଷୀକୂଳ ହତାଶ, ଆତ୍ମହତ୍ୟାମୁଖୀ | ଦିଗହରା ଯୁବଶକ୍ତି କ’ଣ କରିବି କ’ଣ କରିବି ଜପୁଛି | ସେ ମଧ୍ୟ ମଦ୍ୟପ ଏବଂ ଆତ୍ମହତ୍ୟା ପ୍ରବଣ |ବନ୍ୟା, ବାତ୍ୟା, ବର୍ଷାରେ ଘରଭଙ୍ଗା, ଫସଲ ହାନି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଦ୍ୱାରା ଅଯୋଗ୍ୟ ପ୍ରାର୍ଥୀ ସରକାରୀ ପ୍ରୋତ୍ସାହନ ପାଇ ବହୁ ଯୋଗ୍ୟ ପ୍ରାର୍ଥୀ ବଞ୍ଚିତ ହେଉଥିବାରୁ 2020ବନ୍ୟାରେ ଘରଭାଙ୍ଗିଥିବା କିଛି ଲୋକ ଖରା, ବର୍ଷା, ଶୀତରେ ଏ ପର୍ଯ୍ୟନ୍ତ ପାଲ ତଳେ ସାପପଶୁଥିବା ଖୋଲାଘରେ ଅଛନ୍ତି | ନୈତିକତା ବିହୀନ ଶିକ୍ଷା ପରବର୍ତ୍ତୀ ପିଢ଼ିକୁ ଭ୍ରଷ୍ଟ କରୁଛି | ଭୁବନେଶ୍ୱରରୁ କାଗଜ ପତ୍ରରେ ହେଉଥିବା ସବୁ ଯୋଜନା ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀମାନେ ଯୋଗ୍ୟ ଲୋକଙ୍କର ହିତରେ ପ୍ରତିବନ୍ଧକ ହୋଇ ସବୁ ଯୋଜନାକୁ ଭଣ୍ଡୁର କରୁଛନ୍ତି | ବାହ୍ୟମଳମୁକ୍ତ ଗ୍ରାମ ଏବଂ ପାଣିପଞ୍ଚାୟତ ଏକ ପ୍ରହସନ ପରି ସବୁ ଯୋଜନା ଆଜି ପ୍ରହସନରେ ପରିଣତ |
ସରକାରୀ କର୍ମଚାରୀ ମାନଙ୍କର ଦାୟିତ୍ୱହୀନତା ଏବଂ ଦୁର୍ନୀତ ଖୋର ସ୍ୱାର୍ଥନ୍ଧତା ଦୃଷ୍ଟିରୁ ଭାରତର ଆଜି ପ୍ରତ୍ୟେକବ୍ୟକ୍ତି ଦୁର୍ନୀତି ପୂର୍ଣ୍ଣ ମାନସିକତା ରେ ଆଚ୍ଛନ୍ନ |ଶୀତଳ ଭଣ୍ଡାର ଅଭାବରୁ ପରିବା ଚାଷ ଉଚ୍ଛନ୍ନ ଏବଂ ବିପନ୍ନ |ଯଦ୍ୱାରା ପୃଥିବୀରେ ଭାରତ ଅତିକ୍ଷୁଧିତ ଏବଂ ଲାଞ୍ଚଖୋର ଦେଶଯୋଗୁ ଭାରତର ଅର୍ଥନୀତି ତିନି ଟ୍ରିଲିଅନ ଡଲାର ହୋଇନଥିବା ଅବସ୍ଥାରେ ସ୍ୱାଧୀନତାରେ ସମସାମୟିକ ଚୀନର ଅର୍ଥନୀତି 514 ଟ୍ରିଲିଅନ ଡଲାର |ଯାହାକି ଘୋର ପରିତାପର ବିଷୟ |
ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ବେହୁରିଆ, ସ୍ମିତା ସାମଲ, ପ୍ରତିଭା ବେହୁରିଆ, ସନ୍ତୋଷ ସାହୁ, ବିପିନ ବିହାରୀ ପଣ୍ଡା,ପ୍ରହ୍ଲାଦ ବେହୁରିଆ, ଜୟୀରାମ ନାୟକ, ବଳରାମ ରାଉତ, ମକରଧ୍ବଜ ସାହୁ, ନରୋତ୍ତମ ମିଶ୍ର, ଅଭିରାମ ମଲ୍ଲ ଆଦି ନିଜର ବକ୍ତବ୍ୟ ରଖିବା ସହ ଦିନେଶ କୁମାର ଦାସ, ସ୍ୱପ୍ନା ଦାସ, ଗଙ୍ଗାଧର ମହାନ୍ତି, ଶ୍ରୀଧର ଦାସ, ଗୋବିନ୍ଦ ଜେନା ଆଦି ଶତାଧିକ ଲୋକ ଯୋଗ ଦେଇଥିଲେ | ପ୍ରଶାନ୍ତ ପଢିହାରୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ |
Related Stories
December 1, 2024
November 25, 2024