ହିଂଜିଲିକାଟୁ (ରତ୍ନଗିରି ନ୍ୟୁଜ) :- ଯୁବକ ମାନଙ୍କ ଶୌର୍ଯ୍ୟ ର ପ୍ରତୀକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଅବସରରେ ହିଂଜିଲିକାଟୁ ଲଷ୍ମୀ ବଜାର ସ୍ଥିତ ଚନ୍ଦ୍ର କଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜନ୍ମ ଜୟନ୍ତୀ ପାଳନ ଓ ବିବେକାନନ୍ଦ ଙ୍କ ଜୀବନୀ ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବର୍ଷିୟାନ ସାହିତ୍ୟିକ ଲଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅଜିତ କୁମାର ନାୟକ ଓ ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅରବିନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇ ଯୁବକ ମାନଙ୍କର ମାର୍ଗ ଦର୍ଶନ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ କିରଣ କୁମାର ପୃଷ୍ଟି ସଭାକାର୍ଯ୍ୟ କୁ ପରିଚାଳନା କରିଥିଲେ। ଯୁବ କବି ଚିନ୍ମୟ ପୋଲାଇ ସ୍ୱାମୀଜୀ ଏ ଯୁବ ସମାଜ ଠାରୁ କଣ ଚାହାନ୍ତି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । ସଂଯୋଜକ ଅନାଦି ପାଣିଗ୍ରାହୀ ଓ ଶିବଶମ୍ଭୁ ଗୌଡ଼ ସ୍ୱାମୀଜୀ ଙ୍କ ବାର୍ତାକୁ ନିଜ ଜୀବନରେ କେମିତି ପ୍ରୟୋଗ କରିପାରିବା ସେ ବିଷୟରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନିଳା ଭଉଳ, ପପୁ ପରିଡା, ସରୋଜ ପାତ୍ର, କାହ୍ନୁ ଗୌଡ଼ ,ନିଳାଞ୍ଚଳ ମୁନୀ ,ଆଲୋକ ନାୟକ, ସତୀଶ ସାହୁ,ସଞ୍ଜୟ ପଣ୍ଡା ପ୍ରମୁଖ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ । ପରିଶେଷରେ କୋସାଧକ୍ଷ ଆକାଶ ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ ।