ବରୀ (ରତ୍ନଗିରି ନ୍ୟୁଜ) : ରଙ୍ଗ ଓ ଭାଇଚାରାର ପର୍ବ ହୋଲିକୁ ବେଶ୍ ଧୁମ୍ ଧାମରେ ପାଳିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ । ହୋଲି ଦିନ ସକାଳୁ ସକାଳୁ ଶହ ଶହ ଶୁଭେଚ୍ଛୁ ଓ ସମର୍ଥକ ହାତରେ ଫଗୁ ଅଭିର ଧରି ବିଧାୟିକା ଶ୍ରୀମତୀ ଦାସଙ୍କ ବରୀ ଢିଅବାରିଙ୍ଗି ସ୍ଥିତ ବାସଭବନରେ ପହଞ୍ôଚଥିଲେ । କିଏ ବିଧାୟିକାଙ୍କୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଇ ଥିଲେ ତ ଆଉ କିଏ ପୁଷ୍ପଗୁଚ୍ଛ ସାଙ୍ଗକୁ ମିଠା ଖୁଆଇ ହୋଲି ମନାଇ ଥିଲେ । ଏହି ଅବସରରେ ବିଧାୟିକା ଶ୍ରୀମତୀ ଦାସ ବରିଷ୍ଠମାନଙ୍କ ଠାରୁ ଆଶୀର୍ବାଦ ନେଇ ଥିବାବେଳେ କନିଷ୍ଠମାନଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କୁ ସ୍ୱାଗତ୍ କରିବା ସହ ଅଭିର ଲଗାଇ ମିଠା ଖୁଆଇ ହୋଲି ପାଳିବା ସହ ସମସ୍ତଙ୍କ ଶୁଭ ମନାସିଥିଲେ ।
କେବଳ ବରୀ ବିଧାୟିକା ନୁହଁନ୍ତି ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସଙ୍କୁ ମଧ୍ୟ ଶୁଭେଚ୍ଛୁମାନେ ରଙ୍ଗ ଲଗାଇ ହୋଲି ଶୁଭେଚ୍ଛା ଜଣାଇ ଥିଲେ । ରଙ୍ଗର ପର୍ବ ହୋଲି ପାଳନ ଅବସରରେ ବରୀ ବ୍ଲକ୍ ବିଜେଡି ସଭାପତି କେଦାର ସାମଲ, ଜିଲ୍ଲା ପରିଷଦ ସଭ୍ୟ ଚର୍ତୁଭୁଜ ଦ୍ୱିବେଦୀ, ବରୀ ବ୍ଲକ ଉପାଧ୍ୟକ୍ଷା ଅର୍ଚ୍ଚନା ମଲିକ, ଯାଜପୁର ଜିଲ୍ଲା ବିଜେଡି ଉପସଭାପତି ଆର୍ତ୍ତବନ୍ଧୁ ସାମଲ, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ରାକେଶ ଦେଓ, ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବିଜୁ ଜନତା ଦଳର ପଞ୍ଚାୟତ ସଭାପତି, ସ୍ୱୟଂ ସହାୟକ ଗୋଷ୍ଠୀର ବହୁ ସଦସ୍ୟା, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସମର୍ଥକ ଉପସ୍ଥିତ ରହି ବିଧାୟିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ପୁଣି ଥରେ ପ୍ରତିନିଧିତ୍ୱ କରିବା ପାଇଁ ଶ୍ରୀରାଧା ଗୋବିନ୍ଦଙ୍କ ନିକଟରେ ଶୁଭ ମନାସି ଥିଲେ ।