ବୁଗୁଡା (ରତ୍ନଗିରି ନ୍ୟୁଜ) : ଅପ୍ରେଲ ପହିଲା ଦିନ ଉତ୍କଳ ଦିବସ ପାଳନ କରିବା ନେଇ ଦୁଇ ଦିନ ପୂର୍ବରୁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବିଦ୍ୟାଳୟକୁ ଚିଠି ଦ୍ବାରା ନିର୍ଦ୍ଦେଶନାମା କରିଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବୁଦ୍ଧଗିରୀ ବିଦ୍ୟାପୀଠରେ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷକ ସ୍ବରୂପ ରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବନିତା କୁମାରୀ ଦେବୀ,ସଚଳା ମହାରଣା,ଅଞ୍ଜଳି ମିଶ୍ର,ସବିତା କୁମାରୀ କର,ନିରଂଜନ ପ୍ରଧାନ, ଗଂଗାଧର ଦାଶ ଏବଂ ସିତାରାମ ସେଠୀ ମଂଚାସୀନ ଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବକୃତା କଣ୍ଠ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା। ଯାହା ଫଳରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବକୃତା ବିଭାଗରେ ଓମପ୍ରକାଶ ଦାଶ ପ୍ରଥମ ଓ ସ୍ବାଗତମ ପ୍ରଧାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ କଣ୍ଠ ସଙ୍ଗୀତରେ ଯଶୋବନ୍ତ ଜେନା ପ୍ରଥମ,ଅରୁଣ କୁମାର ନନ୍ଦ ଦ୍ବିତୀୟ ଏବଂ ଏମ୍ ଜଗଦୀଶ ଦୋରା ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ତରଫରୁ ପୁରସ୍କୁତ କରାଯାଇଛି।
Related Stories
November 3, 2024
November 3, 2024