ମୟୁରଭଞ୍ଜ(ରତ୍ନଗିରି ନ୍ୟୁଜ) : ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରେ ଥିବା ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ପାଣି, ବିଦ୍ୟୁତ ଓ ନିମ୍ନ ମାନର ଖାଦ୍ୟ କୁ ନେଇ ଛାତ୍ର ଛାତ୍ରୀ ମଧ୍ୟ ରେ ଅଶାନ୍ତି ଦେଖିବାକୁ ମିଳିଛି। ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସମସ୍ୟା ସମାଧାନ ପାଇଁ ବିଦ୍ୟାଳୟ ଗେଟ ପାଖରେ ଛିଡ଼ା ହୋଇ ରହିଥିଲେ। ଅଧକ୍ଷ ସୁଭସ୍ମିତା ବେହେରା ଙ୍କ କଥା ମଧ୍ୟ ଛାତ୍ର ଛାତ୍ରୀ ଶୁଣି ନଥିଲେ। ବିଦ୍ୟାଳୟ ରେ ଥିବା ଗୋଟିଏ ବୋରଓ୍ଵେଲ ପାଣି ଯୋଗାଇ ପାରୁନଥିବାରୁ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ପାଇଖାନା ରେ ବ୍ୟବହୃତ ପାଣି ପିଉଛନ୍ତି, ଖାଦ୍ୟ ରେ ମାଟି , ଗୋଡ଼ି, କାଚ ବାହାରୁଛି। ଅଧିକାଂଶ ସମୟରେ ବିଦ୍ୟୁତ ଯାଉଥିଲେ ମଧ୍ୟ ଡିଜି ଚାଲୁ ନାହିଁ। ବିଦ୍ୟାଳୟ ରେ ହିନ୍ଦୀ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।
ମେଡ଼ିକାଲ ସୁଭିଦା ସହିତ ଶୈଚାଳୟ ସଫାସୁତୁରା କରାଯାଉ ନଥିବା ଅଭିଯୋଗ ହୋଇଛି। ଖେଳପଡିଆ ସହିତ ପିଇଟି ଶିକ୍ଷକ, ଭଲ ରୋଷିୟା ନିଯୁକ୍ତି ପାଇଁ ଦାବୀ କରି ଆନ୍ଦୋଳନ କରିଥିଲେ ଛାତ୍ର ଛାତ୍ରୀ। ଖବର ପାଇ ପିଏଆଟିଡିଏ ବସନ୍ତ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ର, ବ୍ଲକ ସଂପ୍ରସାରଣ ମଙ୍ଗଳ ଅଧିକାରୀ ପ୍ରିୟବ୍ରତ ନାଏକ, ସ୍ଥାନୀୟ ସରପଞ୍ଚ ରାଣୀ ସିଂ, ସମିତି ସଭ୍ୟ ବାସୁଦେବ ମହାରଣା ଘଟଣା ସ୍ଥଳରେ ପହଞ୍ଚି ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଶୁଣିଥିଲେ। ଅଧକ୍ଷ ସୁଭସ୍ମିତା ବେହେରା କହନ୍ତି ବିଭିନ୍ନ ସମୟରେ ସମସ୍ଯା ଗୁଡ଼ିକ ସମାଧାନ ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସମାଧାନ ମଧ୍ୟ ହେଉଛି।ଅତି ଶିଘ୍ର ସମସ୍ୟା ସମାଧାନ ହେବ ବୋଲି ପିଏଆଟିଡିଏ ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ।