ବରୀ,୯।୧୦(ରତ୍ନଗିରି ନ୍ୟୁଜ ) : ଯାଜପୁର ଜିଲ୍ଲାର ସର୍ବ ପୂରାତନ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟରେ ଅଚଳାବସ୍ତା ଦେଖାଦେଇଛି। ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ନାରାବାଜି କରିଥିବା ବେଳେ ଅଭିଭାବକ, କମିଟିର ସଦସ୍ୟ/ସଦସ୍ୟା ଓ ଗ୍ରାମବାସି ମାନେ ମଧ୍ଯ ଉପସ୍ଥିତ ଥିଲେ। ଖବର ପାଇ ବରୀ ଗୋଷ୍ଠି ଶିକ୍ଷା ଅଧିକାରିଣୀ ପ୍ରତିଶ୍ରୁତି ସିଂହ ପହଞ୍ଚି ଛାତ୍ରି ମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥଲେ ହେଁ ଛାତ୍ରି ମାନଙ୍କର ଗୋଟିଏ ଦାବି ଥିଲା ଯେ ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତିଶୃତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ। ବିଦ୍ୟାଳୟ ପରିଚାଳନା କମିଟିର ଅଭିଯୋଗ ଯେ ତିନି ବର୍ଷ ହେଲା ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜନ ହେଉନାହିଁ, ପିଲା ମାନଙ୍କୁ ଅଣ୍ଡା ବଦଳରେ ନିମ୍ନ ମାନର ସାଧା ତରକାରି ଦିଆଯାଉଛି, ରନ୍ଧନ ଗ୍ୟାସ ନଥିବାରୁ ସ୍କୁଲ ହତାରୁ ଜାଣେଣୀ ସଂଗ୍ରହ ପାଇଁ ପିଲା ମାନଙ୍କୁ ନିୟୋଜିତ କରା ଯାଉଛି, ଗାଧୁଆ ଘର, ପରିସ୍ରାଗାର ସଫା କରିବାକୁ ପିଲା ମାନଙ୍କୁ ବାଧ୍ୟ କରା ଯାଉଛି।

ଏ ବିଷୟରେ ପୂର୍ବରୁ ଓଡିଶାର ମୂଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରା ଯାଇଥିଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ। ଏପରିକି ବରୀ ବ୍ଲକରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲପାଳଙ୍କୁ ମଧ୍ଯ ଅବଗତ କରା ଯାଇଛି। ତେଣୁ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ବଦଳି କରା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କହିଛନ୍ତି। ମଧ୍ୟାହ୍ନରେ ସ୍ଥାନୀୟ ଜିଲ୍ଲା ପାରିଷଦ ସଭ୍ୟ ଅଶୋକ କୁମାର ସାମଲ ପହଞ୍ଚି ଆଲେଚନା କରିବା ପରେ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସିଂହ ପ୍ରଧାନ ଶିକ୍ଷକଙ୍କ ଉପରେ ଦୁଇ ତିନି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଛାତ୍ରୀ ମାନେ ବିଦ୍ୟାଳୟର ଫାଟକ ଖୋଲିବା ସହିତ ସର୍ତ୍ତ ରଖିଥିଲେ ଯେ ପରବର୍ତ୍ତୀ ସମୟରେ ଯଦି ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସନ୍ତି ତା ହେଲେ ଆମେ ପୁର୍ନବାର ଧାରଣାରେ ବସିବୁ ବୋଲି କହିଥିଲେ।
