ଯାଜପୁର(ରତ୍ନଗିରି ନ୍ୟୁଜ): ପୁରୀ ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଅଂଚଳରେ ବେଆଇନ ନିର୍ମାଣକୁ ବିରୋଧ କରି ଆଜି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଯାଜପୁର ଜିଲା ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ମଲ୍ଲିକ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।
ଅନୁଷ୍ଠାନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଶ୍ରୀମନ୍ଦିର ଅଞ୍ଚଳରେ ନିର୍ମାଣ ନେଇ କଟକଣା ରହିଥିବା ବେଳେ ଏହାକୁ ବେଆଇନ ଭାବେ କାହିଁକି ନିର୍ମାଣ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି।
ଏହି ଘଟଣା ରେ ରାଷ୍ଟ୍ରପତି ଙ୍କ ହସ୍ତକ୍ଷେପ ଦାବି କରିବା ସହ ଘଟଣା ର ପ୍ରକୃତ ତଥ୍ୟ ତଦନ୍ତ କରି ଦୋଷୀ ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଏହି ସମୟରେ ବିଶ୍ୱ ହିନ୍ଦୁ ପରିଷଦ ଜିଲା ସଭାପତି ଅକ୍ଷୟ କୁମାର ବଳ, ପୂର୍ବତନ ବିଜେପି ଜିଲା ସଭାପତି ଆଶୁତୋଷ ପରିଡାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।